STORYMIRROR

Balaram Barik

Others

4  

Balaram Barik

Others

ଶ୍ରୀମାନ ବିଧାୟକ

ଶ୍ରୀମାନ ବିଧାୟକ

1 min
343


ମୋ ନାମ ଶୁଣି ଥରି ଉଠେ ,

ଗଣତନ୍ତ୍ରର ଯେତେ ଅଛି ସବୁ ସ୍ତମ୍ଭ।

ମୋତେ ଭଲ ଭାବେ ଜାଣିରଖ,

ମୋତେ ଲୋକେ କହନ୍ତି ପ୍ରଗତିର ମେରୁଖମ୍ବ।


ମୋ ଇଙ୍ଗିତରେ ଖବର ସବୁ ଛପେ,

ଚାଲେ ଆଇନ କାନୁନର ଯେତେ ଦୋକାନ।

ମୁଁ ଇସାରାରେ ଗଛର ପତ୍ର ହଲେ,

ମୋ ନିର୍ବାଚନ ମଣ୍ଡଳୀର ମୁଁ ଦୁର୍ଯ୍ୟୋଧନ।


ଗୋଚର ଜମି ହଡପ କରିବି,

ବାଲି ଘାଟ ,ଖଣି ଖାଦାନ ସବୁ ମୋର ଅଧିନ ।

ଦେଶୀ ହେଉ କି ବିଦେଶୀ ଯାହା,

ସବୁ ମଦ ଦୋକାନର ଉନ୍ନତି ଅଟେ ମୋ ସମ୍ମାନ ।


ବନ୍ଧୁକ ଲାଇସେନ୍ସ ଦରଖାସ୍ତ ରେ ,

ମୋ ପ୍ରିୟ ପୋଷା ଗୁଣ୍ଡାଙ୍କ ପାଇଁ ସ୍ବର୍ଣ୍ଣିମ ସ୍ବାକ୍ଷର।

ଲୋକଙ୍କ ସ୍ୱାର୍ଥରେ ମୋ ନିହିତ ସ୍ୱାର୍ଥ ,

କମ୍ପାନୀ ଗୁଡ଼ାକରୁ ବଟି ଆଦାୟ ମୋ ପ୍ରିୟ ବ୍ୟାପାର।


ତୁମ ପାଦ ତଳେ ଲମ୍ଵ ହୋଇ ପଡିଛି,

ନିର୍ବାଚନ ପ୍ରଚାରେ ସାଜିଛି ତୁମ ଅଇଁଠା ଖିଆ କୁକୁର।

କଡା-ଗଣ୍ଡା କରି ହିସାବ ମୁଁ ନେବି,

ମୋତେ ନୁହଁ, ମୋ ଚଉଦ ପୁରୁଷଙ୍କୁ କରିବ ଜୁହାର।


ମୁଁ ତୁମ ଭାଗ୍ୟର ବିଧାତା ଅଟଇ 

ବାଟ ମାରଣା କରିପାରେ ମୁଁ ଯେ ଭୟାନକ।

ମୋ ସଫେଦ୍ କୁର୍ତ୍ତାକୁ କିନ୍ତୁ ଭଲ ପାଇ 

କହିଚାଲ, ହେଇ ଦେଖ ଆମ ପ୍ରିୟ ଶ୍ରୀମାନ ବିଧାୟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍