STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଶ୍ରୀଗୁଣ୍ଡିଚା ଯାତ

ଶ୍ରୀଗୁଣ୍ଡିଚା ଯାତ

1 min
14.3K


ରତନ ବେଦୀକୁ ଆସିଲ କାଳିଆ ଭଉଣୀ ଭାଇଙ୍କୁ ଧରି

ପତିତ ଜନଙ୍କୁ ଦରଶନ ଦେବ ଛାଡି ଶ୍ରୀମନ୍ଦିର ଶୀରି ।

ଦେଶ ବିଦେଶରୁ ଭକତ ଆତୁର ଧରିବେ ରଥ ଦଉଡି

ଜୀବନ ଚକ୍ରରୁ ମୁକତି ପାଇବେ ପ୍ରାଣବାୟୁ ଗଲେ ଉଡି ।।

ଶୂନ୍ୟ ପଡିଥିଲା ଗୁଣ୍ଡିଚା ମନ୍ଦିର ପୂର୍ଣ ତବ ଆଗମନେ

କିଦୋଷ କରିଲେ ଲକ୍ଷ୍ମୀ ଠାକୁରାଣୀ ପଡିଲାନି କଥା ମନେ !

ତିନିଦିନ ଗତେ ଝୁରି ସେ ତୁମକୁ ଆସିବେ ଗୁଣ୍ଡିଚା ବାଡି 

ଜନମ ବେଦିରେ ମଗନ ବିଭୋର ଯିବନାହିଁ ତାଙ୍କୁ ଲୋଡି !

ରାଗରେ ପଂଚମ ରଥକାଠ ଭାଂଗି ଫେରିବେ ହେରା ଗୋହିରି

ହେରା ପଂଚମୀର ମହତ ଶିକ୍ଷାଟି ପଥର ନୁହଁଇଁ ସ୍ତିରୀ।

ଅଷ୍ଟମୀରେ ହେବ ଦକ୍ଷିଣ ମୋଡଟି ଲେଉଟାଣି ପାଇଁ ସଜ

ଦଶମୀ ତିଥିରେ ବାହୁଡା ପରବ କର୍ମଭୂମି କଥା ହେଜ ।।

ଖାଇ ପୋଡପିଠା ରଥରେ ରହିବ ଏକାଦଶୀ ପାଳିବାକୁ

ଆତୁର ଭକତ ଧାଇଁବ ପୁରୀକୁ ସୁନାବେଶ ଦେଖିବାକୁ ।

ଅଧରପଣାର ବିଚିତ୍ର ବିଧାନ ଯୋଗିନୀ ଗଣ ସନ୍ତୋଷ

ନିଳାଦ୍ରି ବିଜୟ ପାଇଁ ସଜବାଜ ଲକ୍ଷ୍ମୀ କିନ୍ତୁ ଅସନ୍ତୋଷ ।।

ଦ୍ୱାର ଖୋଲିବନି ପହେଳିକା ପର୍ବ କଟୁଭାଷା ବୋଲାବୋଲି

ଜଗତ ଜନଙ୍କ ପାଳନ କରତା ପାରିବେନି ଦ୍ୱାର ଖୋଲି ।

ପ୍ରାଣପ୍ରିୟା କେଉଁପରି ତୋଷ ହେବ ସେବିଦ୍ୟାରେ ପାରଂଗମ

ରସଗୋଲା ବରି ପଶାଖେଳ ହାରି ମିଳନ ହେବ ସୁଗମ ।।

ବଡ ପ୍ରତିଷ୍ଠିତ ହେଲେବି ପୁରୁଷ ଭାରିଜା କାନିରେ ବଂଧା

ଜଗତ ଜନଙ୍କୁ ସମାଧାନ ଦିଅ ଘରର ଗୋଲକ ଧନ୍ଦା ।

ନୀଳାଦ୍ରି ବିଜୟ ହାରିବା ପାଇଁକି ଏକି ଅଦଭୁତ ରୀତି

ଜୟ ଜଗନ୍ନାଥ ଲୀଳା କରୁଥାଅ ଘେନି ନାନା ନୀତିକାନ୍ତି ।।


Rate this content
Log in