ଶ୍ରୀଗଣେଶ
ଶ୍ରୀଗଣେଶ
1 min
296
ପାର୍ବତୀ ନନ୍ଦନ ଗଜେନ୍ଦ୍ର ବଦନ
କୋଟି ସୂର୍ଯ୍ୟ ସମ ତବ ତେଜ,
ସକଳ ଦେବତା ଅଗ୍ରେ ତବ ପୂଜା
ଇନ୍ଦୁର ବାହନ ବିଘ୍ନରାଜ ।
ମାତାଙ୍କ ଦୁଆରେ ସାଜିଲ ପ୍ରହରୀ
ଧନ୍ୟ ହେ ତୁମର ମାତୃଭକ୍ତି,
ପିତାଙ୍କ ତ୍ରୀଶୂଳେ ମସ୍ତକ ଅର୍ପିଲ
କୀରତି ରଖିଲ ଗଣପତି।
ସୁକୁମାର ଅଙ୍ଗେ କରିଲ ଧାରଣ
ଗଜର ମସ୍ତକ ଗଜାନନ,
ବିଦ୍ୟାରେ ବଳିଲ କାର୍ତ୍ତିକେୟଠାରୁ
ଉଦରେ ଅସୀମ ଜ୍ଞାନ-ରତ୍ନ ।
ଜ୍ଞାନର ପ୍ରଦୀପ କର ପ୍ରଜ୍ଜ୍ୱଳନ
ଅଜ୍ଞାନ-ତିମିର ହେଉ ନାଶ,
ପାଦତଳେ ତବ କୋଟି ପ୍ରଣିପାତ
ଘେନାକର ପ୍ରଭୁ ଶ୍ରୀଗଣେଶ ।