STORYMIRROR

ବଳରାମ ବାରିକ

Others

3  

ବଳରାମ ବାରିକ

Others

ଶ୍ରୀ ନାରଦ

ଶ୍ରୀ ନାରଦ

1 min
375




ବ୍ରହ୍ମାଙ୍କ ମାନସ ପୁତ୍ର

ବିଷ୍ଣୁ ଙ୍କ ପରମ ଭକ୍ତ

କଠିନ ତପସ୍ୟା ଫଳେ ସୃଷ୍ଟ ଶ୍ରୀନାରଦ।


ଭଗବାନ ଙ୍କ ମନ

ବାଣ୍ଟନ୍ତି ଆତ୍ମଜ୍ଞାନ

କି ଦେବତା କି ଦାନବ ସଭିଙ୍କ ପାଇଁ ଦରଦ।


ସବୁ ଯୁଗରେ ତାଙ୍କ ସ୍ଥିତି

ସବୁ ବର୍ଗ ରେ ଉପସ୍ଥିତି।

ଧର୍ମ ସଂସ୍ଥାପନ ପାଇଁ ମହତୀର ନିନାଦ।


ସାତତନ୍ତ୍ର, ପଞ୍ଚରାତ୍ର

ନାରଦିୟ ସଂହିତା

ମୁକ୍ତିର ମାର୍ଗ ଦେଖାଇ ଥିଲେ ଏ ବିଶାରଦ ।


ଦେବଲୋକେ ଋଷି ଶ୍ରେଷ୍ଠ

କଶ୍ୟପ ପୁତ୍ର ସେ ଜେଷ୍ଠ।

ତିନିକାଳ ,ତିନିଲୋକ ଭ୍ରମନ୍ତି ସେ ନିର୍ବିବାଦ।


ଶ୍ରାପିତ ଉପଭରଣ

ଶୁଦ୍ର ମାତା ଯୋନୀରେ ଉତ୍ପନ୍ନ

କରି ସାଧୁ ସନ୍ଥ ସେବା ଭୁଞ୍ଜିଣ ଉଚିଷ୍ଟ ଖାଦ୍ୟ।


ପାଇଲେ ମୁକ୍ତିର ମାର୍ଗ

ପର ଜନ୍ମେ ମିଳିଲା ସ୍ୱର୍ଗ

ତପସ୍ୟା ଫଳିଲା ପୁଣି ହୋଇଲେ ବିଷ୍ଣୁ ପାରିଷଦ।


ବାଲ୍ମୀକି ,ବ୍ୟସଦେଵ

ମହାଜ୍ଞାନୀ ଶୁକଦେବ

ଲଭିଥିଲେ ଶିକ୍ଷା ତବେ ତୁମେ ହିଁ ଶ୍ରୀ ଗୁରୁଦେଵ।


ଭକ୍ତିମାର୍ଗେ ଅମରିବ ,ଧ୍ରୁବ

ଜିଣିଲେ ମୁକ୍ତି ମାର୍ଗ

ତବ ମହାଜ୍ଞାନ ପାଇଥିଲା ଅସୁର ପ୍ରହ୍ଲାଦ।


ଗୀତା ର ରହସ୍ୟ ଜାଣି

କୃଷ୍ଣ ଙ୍କ ମୁଖର ବାଣୀ

ବାଣ୍ଟିଥିଲ ବିଶ୍ୱବ୍ୟାପି ଏ ସଂସାର ତୁମ ମୁରିଦ।


ଭାଗବତ ଦଶମ ସ୍କନ୍ଧେ

ଛବିସ ଶ୍ଳୋକ କୁ ମୁଁ ବନ୍ଦେ

ଦେବଋଷି ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଶ୍ରୀନାରଦ ।


✍ବଳରାମ ବାରିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍