STORYMIRROR

Papu parida

Children Stories Others Children

3  

Papu parida

Children Stories Others Children

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
261


ହେ ଲମ୍ବୋଦର

ଆହେ ପିତାମ୍ବର

ତୁମେ ଅଗ୍ରପୂଜ୍ୟ

ତୁମେ ନିରାକାର।


ହେ ଗଜାନନ 

ମୂଷିକ ବାହାନ

ବିଘ୍ନ ବିନାଶକ

ହେ ଗୌରୀନନ୍ଦନ।


ହେ ସିଦ୍ଧିଦାତା

ଆହେ ବିଦ୍ୟାଦାତା

ତୁମେ ରୁଦ୍ରପ୍ରିୟ

ହେ ବୁଦ୍ଧିବିଧାତା।


ହେ ଗଣପତି

ମଙ୍ଗଳ ମୂରତି

ଚାରିଦିଗେ ବ୍ୟାପ୍ତ

ତୁମରି କିରତି।


ହେ ବକ୍ରତୁଣ୍ଡ

ଆହେ ଏକଦନ୍ତ

ତୁମେ ହିଁ ତ ଅନ୍ତ

ତୁମେ ହିଁ ଅମିତ।


ହେ ଲମ୍ବୋକର୍ଣ୍ଣ

ଆହେ ଧୂମ୍ରବର୍ଣ୍ଣ

ତୁମେ କୃପକାର

ତୁମେ ସର୍ବୋତ୍ତମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍