ଶ୍ରୀ ଗଣେଶ
ଶ୍ରୀ ଗଣେଶ


ବନ୍ଦେ ଗଣନାୟକ ,ଶୁଭ ଦାୟକ , ବିନାୟକ ହେ
ଗିରିରାଜ ଜେମା ସତୀ ମହାଦେବୀ
ମାନସ ସନ୍ତାନ ,ବିଘ୍ନ ନାଶକ ହେ ,
ବନ୍ଦେ ଗଣନାୟକ …।।
ବାଳାର୍କ ବରଣ କାନ୍ତି ଶୋଭାବନ
ନିନ୍ଦେ କୋଟି କାମ
ବନ୍ଦେ ମହାକାୟ ହେ ମୋଦକ ପ୍ରିୟ
ବିଭୁ ଗଜାନନ , ବିଘ୍ନ ନାଶକ ହେ
ବନ୍ଦେ ଗଣ ନାୟକ…।।
କୃତାନ୍ତ ଭୂବନ ରାଜା ସ୍ଵୟଂ ଯମ
ଇନ୍ଦୁର ସମାନ
ପଦେ ଖଟେ ମନ,-- ପ୍ରାଣ ଦେଇ, ହୋଇ
ତୁମର ବାହାନ , ବିଘ୍ନ ନାଶକ ହେ
ବନ୍ଦେ ଗଣ ନାୟକ…।।
ଗର୍ବ ସ୍ଥୂଳ ତନୁ ପାଶାଙ୍କୁଶ ଧନୁ
ହସ୍ତେ ବିଦ୍ୟମାନ
ଆହେ ତ୍ରୀଲୋଚନ ଅଗ୍ରପୂଜ୍ୟ ବାବା
ଗୁଞ୍ଜର ବଦନ , ବିଘ୍ନ ନାଶକ ହେ
ବନ୍ଦେ ଗଣ ନାୟକ…।।
କର ବିଦ୍ୟାଦାନ ହେ ବିଦ୍ୟା ଭୂଷଣ
କରୁଛି ଜଣାଣ
ଅବିଦ୍ୟା ତିମିର କର କର ଦୂର
କରୁଛି ପ୍ରଣାମ , ବିଘ୍ନ ନାଶକ ହେ
ବନ୍ଦେ ଗଣ ନାୟକ…।।
ସୁନ୍ଦର ସିନ୍ଦୂର ବଦନ ତୁମର
ଫଣୀ ଭୂଷଣ
ହୁଏ ସର୍ବ ସିଦ୍ଧି ଆୟୁ,ବିଦ୍ୟା, ବୁଦ୍ଧି
କର ପ୍ରଦାନ , ବିଘ୍ନ ନାଶକ ହେ ,ବନ୍ଦେ ଗଣନାୟକ…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା