STORYMIRROR

Pranati Mahapatra

Others

3  

Pranati Mahapatra

Others

ଶ୍ରେୟ ମାଆ ଭାରତୀର

ଶ୍ରେୟ ମାଆ ଭାରତୀର

1 min
121


ଜୀବନ ରହିଲେ ଜଞ୍ଜାଳ ରହିବ

 ସମସ୍ୟା ରହିବ କିଛି,

ସମାଧାନ ପାଇଁ ସଂଗ୍ରାମ କରିଲେ

ଅବଶ୍ୟ ପାରିବା ବଞ୍ଚି।

କେମିତି କହିବି କିଏ ମୋର ପର

ଆଉ କିଏ ମୋର ପାଖ,

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵରେ

ସୁଖ ଗୋଟେ, ଆନ ଦୁଃଖ।

ବିଶାଳ ଧରାରେ କୋଟି କୋଟି ଜୀବ

ତା ମଧ୍ୟେ ମଣିଷ ସାର,

ଶ୍ରେଷ୍ଠ ଜୀବ ସଦା ସୁକର୍ମରେ ଲିପ୍ତ

ତା ପାଇଁ ଜୟ ଜୟକାର,

ଜୀବ ଓ ନିର୍ଜୀବ ସବୁଠାରେ ଭାବ

ରଖିଥାଏ ମର୍ତ୍ତ୍ୟ ନର,

ଯେତେ କର୍ମ ଥାଏ ସବୁ କରୁଥାଏ

ତା ପାଇଁ କେ ନୁହେଁ ପର।

ଜ୍ଞାନ ବିଜ୍ଞାନରେ ହୋଇ ସେ ଧୂରୀଣ

କରଇ ଅଦ୍ଭୁତ କାମ,

ନାଚ,ଖେଳ କୁଦ ପ୍ରତିଯୋଗିତାରେ

ସବୁଥିରେ ଥାଏ ଦମ୍ ।

ନିଜ ଜନ୍ମଭୂମି, ନିଜ ଜନ୍ମମାଟି,

ତା ପାଇଁ ସରଗଧାମ,

ମାଆର ମହତ ରଖେ ସୁରକ୍ଷିତ

 କରେ ଦେଶର କରମ।

ବିଜୟର ବାନା ଉଡିଥିଲା ଦିନେ

ସ୍ଵାଧୀନ ହୋଇବା ପରେ,

ସେହିଦିନ ଠାରୁ ବିଜୟ ଲଭିଲେ

ବାନା ଉଡାଏ ସେଠାରେ।

ତିନି ରଙ୍ଗ ଶ୍ଵେତ, ନାରଙ୍ଗୀ ସବୁଜ

ଅଶୋକ ଚକ୍ର ମଝିରେ,

ସାହସ,ଶାନ୍ତି, ବିଶ୍ଵାସ ରେ ଭରା

ଧରମର ବାର୍ତ୍ତା ସବୁଠି ପ୍ରଚାରେ।

ଧରଣୀ ଧାରଣ କରିଛି ବିଶ୍ଵାସେ

ଆମ ଏହି ଭାରତରେ,

ଧର୍ମରେ ଥିଲେ ବିଜୟ ନିଶ୍ଚିତ

ପରାଜୟ ଅଧର୍ମରେ।

ଜଗନ୍ନାଥ ଧାମେ ପୂଣ୍ୟ ବୃଦ୍ଧି ହେଲେ

ତ୍ରିରଙ୍ଗା ଫରଫର,

ଭାରତବର୍ଷରେ ସମସ୍ତେ ବିଜୟୀ

ଶ୍ରେୟ ମାଆ ଭାରତୀର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍