Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Others

5.0  

Sangeeta Barik

Others

ଶ୍ରେଷ୍ଠ ଉପହାର

ଶ୍ରେଷ୍ଠ ଉପହାର

1 min
171


   

ମାତାପିତାଙ୍କର ରକତ ବିନ୍ଦୁରୁ

  ସନ୍ତାନର ଉପାଦାନ,

ଦୁର୍ଲଭ ପରା ଏ ମଣିଷ ଜନମ

  ମାତାପିତା ତାଙ୍କ ପୂଣ୍ୟ ।

ଖରାର ତେଜକୁ ପିଠିରେ ସହିଣ

  ଧରନ୍ତି ସନ୍ତାନ ପେଟେ,

ସ୍ନେହ ଶୀତଳତା ଭରନ୍ତି ଜୀବନେ

  ଧରି ନିଆଁ ନିଜ ଅଣ୍ଟେ ।

ଦୁଃଖ ଓ ଯନ୍ତ୍ରଣା ହୄଦେ ଚାପି ରଖି

  ଦିଅନ୍ତି ସନ୍ତାନେ ହସ,

ସବୁ ଦୁଃଖ ପୁଣି ସୁଖ ମଣୁଥାନ୍ତି

  କରନ୍ତିନି ଅବଶୋଷ ।

ଶ୍ରେଷ୍ଠ ଉପହାର ଅଟେ ବିଭୁଙ୍କର

  ଧରାପରେ ପିତାମାତା,

ଯେ ଜନ ବୁଝଇ ଆନନ୍ଦ ଲଭଇ

  ହୁଅଇ ଜଗତଜିତା ।

ସ୍ନେହାଶିଷ ଧାରା ଝରୁଥାଏ ସଦା

  ହୄଦ କନ୍ଦରରୁ ତାଙ୍କ,

ସେହି ଝରଧାର ପବିତ୍ର ପୟୋଧି

  ପାଇବାକୁ ସର୍ବେ ରଙ୍କ ।



Rate this content
Log in