STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ଶ୍ରଦ୍ଧାଞ୍ଜଳୀ ହେ ବୀରଙ୍ଗନା

ଶ୍ରଦ୍ଧାଞ୍ଜଳୀ ହେ ବୀରଙ୍ଗନା

1 min
399

ଭାରତ ଭୂଖଣ୍ଡେ ତେଜୋଦ୍ଦୀପ୍ତମୟ

ସୁନୀଳ ଆକାଶ ପୁନେଇଁ ଜହ୍ନ 

ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ 

ଅମଳିନ ରହୁ ଯଶ କୀର୍ତ୍ତନ। 


ବିଜୟର ପଥେ ଅଦ୍ବିତୀୟ ତୁମେ 

ଅପୂର୍ବ ଚିନ୍ତନ ବୁଦ୍ଧିମତ୍ତା

ଦୂରଦୃଷ୍ଟି ଲକ୍ଷ୍ୟ ରାଜନୀତି ଜ୍ଞାନ

ସମ୍ମୋହନ ମନ୍ତ୍ର ତୁମ କଥା।


ପ୍ରଚଣ୍ଡ ପ୍ରତିଭା ଅଧିକାରିଣୀ ଗୋ'

ଭାରତ ମା' ପ୍ରିୟ ସନ୍ତାନ 

ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ 

ଅମଳିନ ରହୁ ଯଶ କୀର୍ତ୍ତନ। 


ମଉଳି ଗଲା କି' ପରାଣ କୁସୁମ 

ନୀୟତି କରାଳ ହାତ ଧରି

ଅବିଶ୍ବାସ ଲାଗେ ବିଶ୍ୱାସ ମୋ ଆଜି

ଚାଲିଗଲ ଯେବେ ପର କରି। 


ହୃଦବେଦୀ ପରେ ନୀରବେ ଜଳୁଛି 

ଅଶ୍ରୁଭିଜା ପ୍ରାଣ ଦୀପ ଶିଖା 

ଅନ୍ଧକାର ପଥେ ତୁମ କର୍ମ ବାଣୀ 

ଉଜ୍ଜଳିତ କରେ ଶିଳାଲେଖା।


ନାରୀନେତ୍ରୀ ତୁମେ ଜ୍ଞାନୀ ଗୁଣି ଦକ୍ଷ

ଛାଡି ଦେଇଗଲ ପଦ ଚିହ୍ନ 

ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ 

ଅମଳିନ ରହୁ ଯଶ କୀର୍ତ୍ତନ। 


ମୃତ୍ୟୁ ବି ସେଦିନ ଢାଳିଥିବ ଲୁହ

ତୁମ୍ଭ ଯଶ କୀର୍ତ୍ତି ନଈ କୂଳେ

ପ୍ରିତି ଆଲିଙ୍ଗନେ କମ୍ପିଥିବ ହାତ

ମରଣ ଚାଦର ଦେଲା ବେଳେ।


ତୁମ୍ଭ ବିୟୋଗରେ ତରୁ-ଲତା ଝୁରେ

ଝୁରେ ଜନ-ବନ-ଜୀବ-ପ୍ରାଣ 

ଆକାଶେ ବାଦଲ କାନ୍ଦେ ଛାତି ପିଟି

କାନ୍ଦେ କୋହଭରା ସମୀରଣ।


ହାରିବା ଯା' ଭାଗ୍ୟେ ଲେଖା ନାହିଁ କେବେ

ମୃତ୍ୟୁ ପାଶେ ହାରେ ତୁଚ୍ଛ ତନ

ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ 

ଅମଳିନ ରହୁ ଯଶ କୀର୍ତ୍ତନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍