Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଶ୍ରଦ୍ଧାଂଜଳି ଶ୍ରୀଦେବୀଙ୍କୁ

ଶ୍ରଦ୍ଧାଂଜଳି ଶ୍ରୀଦେବୀଙ୍କୁ

1 min
13.5K


ଜଗନ୍ନାଥଙ୍କର ପ୍ରିୟ ଦୁଇ ଦେବୀ ଭୁଦବୀ ଆଉ ଶ୍ରୀଦେବୀ

ଦକ୍ଷିଣର ଦେବୀ ମୁରତି ଶ୍ରୀଦେବୀ ସିନେମାର ଶିରି ଦେବୀ ।

ରୂପ ଅଇଶ୍ୱର୍ଯ୍ୟ ମୂର୍ତିମନ୍ତ ହୋଇ ଆସିଥିଲ ଏ ମରତେ

ଚଉଦ ବରଷୁ 'ଷୋଳୱା ସାୱନ' ହେଲ ଅଭିନୟ ରତେ ।

'ସଦମା'ରେ ଦେଲ ଦର୍ଶକେ ସଦମା ସତୀ ରମଣୀ 'ନାଗୀନା' '

ଜୁଦାଇ'ରେ ଦେଲ ନୂତନ ଦର୍ଶନ ଧନ ବଡ ନୁହେଁ ସିନା ।

'ହିମ୍ମତୱାଲା'ର ତେଜସ୍ୱୀ ନାୟିକା ନୟନେ ସପନ ଭରି

'ମିଷ୍ଟର୍ ଈଣ୍ଡିଆ'ର ହାୱା ହାୱାଇ ସପନକୁ ସତ କରି ।

'ଚାନ୍ଦିନୀ'ର ଶୁଭ୍ର ବସନା ପ୍ରେୟସୀ 'ଖୁଦାଗୱା' ବିରହିନୀ

'ଈଂଗଲିଶ୍ ଭିଂଗଲିଶ୍' ଅସମ୍ଭବ ନୁହେଁ ଭାରତୀୟ ସୁଗୃହିଣୀ ।

ବଲିଉଡ ରାଣୀ ବାଉନ ଗତେ ବି ରାଣୀ ପରି ରାଜୁଥିଲ

ଚଉବନ ନେଲା ତୁମର ଜୀବନ ହୃଦଘାତ ଆମ କଲ ।

ହୃଦୟ ଯାହାର ଫୁଲଠୁ କୋମଳ ହୃଦଘାତ ତାକୁ ହୁଏ

ନାୟିକା ରତନ ବଲିଉଡ୍ ପ୍ରାଣ ଶ୍ରୀଦେବୀ କି ଭୁଲି ହୁଏ !


Rate this content
Log in