ଶ୍ରବଣ କୁମାର
ଶ୍ରବଣ କୁମାର
1 min
230
ପିତା ମାତା ମୋର ପ୍ରାଣ ଠୁଁ ପ୍ରିୟ
ତାଙ୍କରି ଚରଣ ମୋ ପାଇଁ ସ୍ଵର୍ଗ,
ଲୋଡା ନାହିଁ ମୋର ଧନ କି ଯଶ
ଜନକ, ଜନନୀ ଏକ ହିଁ ମାର୍ଗ ।
ମୋ ହୃଦ ମନ୍ଦିରେ ତାଙ୍କରି ଛବି
ଅନ୍ୟ ଦେବ କାହିଁ ପୂଜିବି ଆଉ,
ଜନ୍ମଦାତା ଦାନ ଏ ଘଟ ଜ୍ୟୋତି
ତାଙ୍କରି ସେବାରେ ଏ ପ୍ରାଣ ଯାଉ ।
ଜାଣେନା ପୂଜା ମୁଁ ହରି ,ଶଙ୍କର
ନ ଦେଖେ ନେତ୍ରେ ମୋ' ଆନ
ପିତା ମୋର ଲାଗି ସାକ୍ଷାତ ଇଶ୍ଵର
ମା'ର ମମତା ମୋ' ଗୁପ୍ତ ଧନ ।
କଣ୍ଟକିତ ପଥ ଲାଗେ ପୁଷ୍ପ ଭରା
ସଙ୍ଗେ ଥିଲେ ପିତା ମାତା,
ମୁହିଁ ନୁହେଁ ଦୁହେଁ ମୋ ଆଖି ଲଉଡି
ଦୁହେଁ ମୋ ଭାଗ୍ୟ ବିଧାତା ।
ଶ୍ରବଣ କୁମାର ନାମଟି ମୋହର
ଶ୍ରବଣେ ଗୋଚର ପିତା ଆଦେଶ
ମା'ର ପଣତ ମୋ' ରକ୍ଷା କବଚ
ଜନ୍ମଦାତା ପଦେ ଜୀବନ ଶେଷ ।
