ଶ୍ରବଣ କୁମାର
ଶ୍ରବଣ କୁମାର
1 min
179
ତ୍ରେତୟା ଯୁଗରେ ଶ୍ରବଣ କୁମାର
ଥିଲେ ଶ୍ରେଷ୍ଠ ସନ୍ତାନ ,
କାନ୍ଧେ ଭାରା କରି ବାପା ମାଆଙ୍କୁ ଧରି
ବୁଲି ଥିଲେ ତୀର୍ଥ ସ୍ଥାନ ।
କଣ୍ଟକିତ ପଥ ବନ ଗିରି ନଦୀ
ପଥ କରିଥିଲେ ଅତିକ୍ରମ ,
ବାଳୁତ ଶ୍ରବଣ ଦୃଢ଼ କରି ମନ
ପାଳିଥିଲେ ପୁତ୍ର ଧର୍ମ ।
କଳି ଯୁଗେ ଆଜି ହାତ ଗଣତିରେ
ଥିବେ ଶ୍ରବଣ କୁମାର ,
ମାତା ପିତା ଆମ ଜୀବନ୍ତ ଠାକୁର
କରିବାନି ହତାଦର ।
ହୃଦୟ ସଙ୍ଖାଳି ବିଦାରେ ହୃଦୟ
ଅଣ୍ଟି ନିଆଁ ଜାଳେ ଘର ,
ବୋଝ ପାଲଟିଲେ ମାଆ ବାପା ଆଜି
ବୃଦ୍ଧାଶ୍ରମ ତାଙ୍କ ଘର ।
ପିତା ମାତା ପାଇଁ ଆଜି ର ଶ୍ରବଣ
ଅଜାଗା ରେ ବଥ ପ୍ରାୟ ,
କହି ପାରନ୍ତିନି ସହି ପାରନ୍ତିନି
ଆଖିରୁ ନିଗିଡେ ଲୁହ ।
