Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଶ୍ରାବଣୀ

ଶ୍ରାବଣୀ

1 min
6.7K



•ବରଷା ଆଗମେ ଅଞ୍ଜନା ପତି

 ଅଙ୍ଗେ ବହି ଘନ ଜଳଦ କାନ୍ତି

• କିଆଁ, କେତକୀ ର ଗନ୍ଧ,

• ମନ୍ଦ ଗତିରେ ବରଷା ରାଣୀର ହସ

• ଶୁଷ୍କ ମରୁରେ ପ୍ରିତୀ କଦମ୍ବ ର ବାଶ

• ଆହା କି ପୁଲକେ ତୋଳିଦିଏ ପ୍ରାଣୀ

• ଜୀବନେ ମଧୂର ଛନ୍ଦ ।।

• ପାନକରିବି ମୁଁ ଅଞ୍ଜଳି ଭରି

• ଅମୀୟ ପୀୟୂଷ ରସ ମାଧୁରୀ

• ଶ୍ରାବଣୀ କୁଆଁରୀ ଛନ୍ଦ,

• ଜୀବନ ଯୈ।ବନ ମନ ଉଦ୍ୟାନରେ

• ପ୍ରିତୀ ଝରା ଧାରା ଶ୍ରାବଣୀ ରାଣୀ ରେ

• ଆବାହାନ କରେ ଆସ ଆସ ପ୍ରିୟେ

• ଧୋଇନେଇ ଦୁଃଖ ବନ୍ଧ ।।

• ତବ ଆଗମନୀ ବାରତା ପାଇ

• ଚାତକ ପରାୟୈ ରହିଛି ଚାହିଁ

• ମୋ ମନ ଗଗନ ଇନ୍ଦୁ,

• ମିଳନ ମୁଗ୍ଧ ତରୁଣ ହୃଦୟ

• ପାଇଁ ତୁମ ସ୍ନେହ ପ୍ରିତୀ ପରିଚୟ

• ଆକୁଳ ଆବେଗେ ନୃତ୍ୟ କରିବ

• ଜନଗଣ ମନ ସିନ୍ଧୁ ।।

• କେକା ସଂଗୀତେ ସ୍ବାଗତ କରେ

• ସଜାଇ ତୋରଣ ସାତ ରଙ୍ଗରେ

• ନାଚେ କୋଟି ପ୍ରାଣ ବିନ୍ଦୁ,

• ଚାହିଁ ରହିଛି ମୁଁ ତୁମରି ପାଇଁ

• ସବୁଜ ଦୁର୍ବା ସୁପାତୀ ଫେଇ

• ଏଇମୋ ଜୀବନ ଯୈ।ବନ ନଦୀ କୁ

• ମଧୂମୟ କର‌ ବନ୍ଧୁ ।।


• ଦିନ ଦିନ ଧରି କେତେ ‌ଯେ ପକ୍ଷ

• ମାସ, ଦିନ,ଋତୁ ତୁମକୁ ଲକ୍ଷ୍ୟ

• କରି ମୁଁ ହେଲିଣି ଅନ୍ଧ

• ନୀଳ ଅମ୍ବରୁ ମେଘ ଡମ୍ବରୁ

• ଚଞ୍ଚଳା ଚପଳା ଲୁଚକାଳି ଖେଳୁ

• ସେ ମହାର୍ଘ ରସ ଆନନ୍ଦେ ପରସ

• ଦୂର ହେଉ ଗ୍ରୀଷ୍ମ ଖେଦ ।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in