ଶ୍ରାବଣୀ ଗୋ ତୁମେ
ଶ୍ରାବଣୀ ଗୋ ତୁମେ
1 min
363
ଶ୍ରାବଣୀ ଗୋ ତୁମେ ଆହା ସୁନ୍ଦର
କେଡେ ମନଲୋଭା ସତେ
ତୁମ ଆଗମନେ ହସୁଛି ଧରଣୀ
ଖିଲିଖିଲି ହୋଇ ସତେ ॥
ହସିଲା ନଦୀ ,ବନ୍ଧବାଡ ଆଉ
ସବୁଜବନାନୀ କେତେ
ଖୁସିହୋଇ ହଳ ଲଙ୍ଗଳ କାଢେ
ଚାଷୀ ଭାଇ ବନ୍ଧୁ ଯେତେ ॥
ମାଟିମାଆ ଫାଟ ହେଲାଣି ବଢିଆ
ଫୁଲଫଳରେ ସେ ଭରା
ପ୍ରେମୀ ଯୁଗଳ ସହ ପରଜାପତି
ଦିଅନ୍ତିନି ଜମା ଧରା ॥
କିନ୍ତୁ ହେ ଶ୍ରାବଣୀ ଆସନାହିଁ ଧରି
ଡେଙ୍ଗୁ ମାଲେରିଆ ଜ୍ବର
ପିଲାଛୁଆଙ୍କୁ ଥରେ ଛୁଇଁଲେ
ଭାସିଯିବ ହେ ସଂସାର ॥
