STORYMIRROR

Bidutprabha Mishra

Others Children

4  

Bidutprabha Mishra

Others Children

ଶ୍ରାବଣ ସଞ୍ଜ

ଶ୍ରାବଣ ସଞ୍ଜ

1 min
403


ଶ୍ରାବଣ ସଞ୍ଜ ଟି ଲୁଚି ଲୁଚି ଆସେ

କଳା ମେଘ ଉହାଡ଼ରେ,

ପ୍ରତିଚୀ ରେ ସୂର୍ଯ୍ୟ ବୁଡିବା ଆଗରୁ

ଅନ୍ଧାର ରାଜତ୍ୱ କରେ l

ଆକାଶରେ କଳା ବାଦଲ ଘୋଟଇ

ଦିବା ରାତ୍ର ଏକା ଭଳି,

ତରବର ହୋଇ ଘର ମୁହାଁ ସର୍ବେ 

ରାତ୍ରୀ ଆଗତକୁ ଭାଳି l

ପକ୍ଷୀ ଫେରିଯାନ୍ତି ନୀଡ଼କୁ ତାଙ୍କର

ଶେଷ ଦାନା ଟିକେ ନେଇ,

ଗୃହ ମୁଖି ସର୍ବଗାଈ ଗୋରୁ ମାନେ

ବର୍ଷାର ଆଗତ ପାଇଁ l

ବଗ ଓ ବଗୁଲି ଉଡିଯାଉଥାନ୍ତି

ନୀଳ ଆକାଶରେ ଛପି,

ବସା ମୁହାଁ ସର୍ବେ କୀଟ ଠୁଁ ମାନବ

ସମୟ ନହୁଏ ମାପି l

ବୁଲା ଜୀବ ମାନେ ଆଶ୍ରା ଖୋଜୁଥାନ୍ତି

ରାତି ବିତାଇବା ପାଇଁ,

ବର୍ଷା କୁ ଲକ୍ଷି ପିଣ୍ଡା କାର ଦେଖି 

ଶୀତରେ ଥରନ୍ତି ଶୋଇ 

ସଞ୍ଜ ତାରା ଟି ଦିଶେନି ଆକାଶେ

ମେଘ ତଳେ ଥାଏ ଲୁଚି,

ଜୁଳୁଜୁଳିଆ କୀଟ ରାଜତ୍ୱ କରନ୍ତି

ଟିକି ଆଲୁଅକୁ ବିଞ୍ଚି l

ସଞ୍ଜ ବତୀ ଜାଳି ଘରର ବୋହୁ ଟି

ପ୍ରଭୁଙ୍କୁ ଗୁହାରୀ କରେ,

ଫେରିଆସନ୍ତୁ ସ୍ୱାମୀ ପିଲା ମୋର

ବରଷା ପୂର୍ବରୁ ଘରେ l

ଶ୍ରାବଣ ର ସଞ୍ଜ ନଇଁଯାଏ କେବେ

ବର୍ଷା ରିମ ଝିମ ସୁରେ,

ଦେବ ମନ୍ଦିରରେ ଆଳତୀ ହୁଅଇ 

 ଭକ୍ତଙ୍କର ବିହୁନରେ  l

ବଜ୍ରପାତ ସହ ଘଡ଼ଘଡ଼ି ଶବ୍ଦ

ଡରାଏ ସଭିଙ୍କ ମନ,

ଜଣାପଡେ ନାହିଁ ରାତ୍ରୀ ଆସିଯାଏ

ଶୁଭେ ବିଲୁଆ ଙ୍କ ସ୍ଵନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍