STORYMIRROR

Prashanta Padhan

Others

4  

Prashanta Padhan

Others

ଶ୍ରାବଣ ଫେରିଛି

ଶ୍ରାବଣ ଫେରିଛି

1 min
199

ଶ୍ରାବଣ ଫେରିଛି ପ୍ରେମର ବର୍ଷାରେ

ଆକାଶେ ବଉଦ ଭାସେ

ମନ୍ତ୍ରମୁଗ୍ଧ ହୋଇ ଚପଳା କି ଅବା

କଳାମେଘ ତଳେ ହସେ  ।।

ମୟୁର ନାଚଇ ଭସାମେଘ ଦେଖି

ମେଘ ମହ୍ଲାରର ସୁରେ

ଭୂମିଠାରୁ ଭୂମା ଶୀତଳ ସମୀର

ଭାସି ଯାଉଥାଏ ଧୀରେ  ।।

ବେଙ୍ଗ ବେଙ୍ଗୁଲିର ଶବ୍ଦରେ କି ସତେ

ଭାଙ୍ଗୁଥାଏ ନୀରବତା

ଝିପିଝିପି ମେଘ ପ୍ରେମର ଏ ପାଗ

ଦେହରେ ଭରେ ଉଷ୍ମତା ।।

ପଙ୍କଜ କୋଳରେ ଟୋପାଟୋପା ମେଘ

ଲାଗୁଥାଏ  ମୁକ୍ତାପରି

ଅପୂର୍ବ ଶୋଭାରେ ପ୍ରକୃତି ସାଜଇ

ସତେକି ରାଜକୁମାରୀ  ।।

ଶ୍ରାବଣକୁ ଛୁଇଁ ସାଧବ ବୋହୂଟା

ହସୁଥାଏ  ଖିଲିଖିଲି

କଦମ୍ବ ଚହଟେ ଚତୁର୍ଦ୍ଦିଗ ସାରା

ପ୍ରେମରଙ୍ଗ ଦେହେ ବୋଳି ।।

ସବୁଋତୁ ହେଉ ଶ୍ରାବଣର ୠତୁ

ନଆସୁ ଶେଷ ଶ୍ରାବଣ

ପ୍ରୀତିର ବର୍ଷାରେ ଭିଜୁଥାଉ ଦେହ

ଭିଜୁଥାଉ ଏଇ ମନ  ।।



Rate this content
Log in