STORYMIRROR

Madhabi Patel

Others

3  

Madhabi Patel

Others

ଶ୍ରାବଣ ଆସିଲେ

ଶ୍ରାବଣ ଆସିଲେ

1 min
14.1K


ଶ୍ରାବଣ ଆସିଲେ କାହିଁ

ଲାଗେ ଏତେ ସୁନ୍ଦର ସୁନ୍ଦର।

ରାସ୍ତା ଘାଟେ ବୋଲବମ୍ ଭକ୍ତଙ୍କର

ଗେରୁଆବସ୍ତ୍ର ବୋଲବମ ସ୍ବର।

ଶ୍ରାବଣୀର ପାଉଁଜି ସୁର

ପୂର୍ଣ ଯୌବନା ନଈ ଏ ପାଗଳ।

ବହିଯାନ୍ତି ବାଟଅବାଟ ନ ମାନି

ଶାନ୍ତ କରିବାକୁ ପ୍ରେମର ଅନଳ।

ସାଗର ବିଶାଳ ବକ୍ଷରେ

ଆଶ୍ରୟର ଅନୁକମ୍ପା କୋଳ।

ପାହାଡ ପ୍ରାନ୍ତରୁ ନାଚି ନାଚି

ଧାଉଁଥାନ୍ତି ହୋଇ ଉତ୍ଶୃଙ୍ଖଳ।

କିଆ କେତକୀର ବାସେ ଚହଟଇ

ବଣ ଭୂଇଁ ସବୁଜ କେଦାର।

କଦମ୍ବ ରୋମାଞ୍ଚିତ ହୁଏ

ଶ୍ରାବଣୀର ଶୁଣି ମେଘ ମହ୍ଲାର।

ପଲ୍ଲବିତ ଚମ୍ପା ଟଗରରେ

ନେନ୍ଥି ହେଇଯାଏ ଯେବେ ଫୁଲ।

ଓଁ ନମଃ ଶିବାୟର ମନ୍ତ୍ର ନାଦେ

ଭକ୍ତି ସ୍ରୋତେ ଭିଜେ ବୁକୁସ୍ଥଳ।


ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍