ସହର ଓ ଗାଁ
ସହର ଓ ଗାଁ
1 min
229
ସହରରେ କୁଟ କପଟଟା ଭରିଛି
ଗାଁ ରେ ସେନେହ ପୀରତି ଝରୁଛି ।।
ସହରେ ରାଜୁତି ଧୂଳି ଓ ଧୂଆଁର
ଗାଁ ରେ ମନ୍ଦ ମନ୍ଦ ବହେ ସମୀର ।।
ସହରେ ଗଛ କାଟି କୋଠା ଉଠଇ
ଗାଁ ରେ ତୋଟା ମାଳ ମାଳ ଦିଶଇ ।।
ସହରେ ଋତୁରାଜ ଆଉ ଆସୁନି
ଅବା ସୁଲୁସୁଲୁ ବାଆ ବହୁନି ।।
ସହରେ ଗାଡି ମଟର ର ଘୁଉଁ ଘୁଉଁ
ଗାଁ ରେ କୋଇଲି ଗାଉଛି କୁହୁକୁହୁ ।।
ସହରେ ଭାଇ ଚିନହୁ ନାହିଁ ଭାଇକୁ
ଗାଁ ରେ ସାହା ଜଣେ ଅନ୍ୟ ଜଣକୁ ।।
ସହରେ ମମି ଡାଡି ଡାକ ଶୁଭୁଛି
ଗାଁ ରେ ମାଆ ବାପା ଡାକେ ମଧୁ ଝରୁଛି ।।
ସହରୁ ଆସ ଭାଇ ଭଉଣୀ ଆସ ପଳେଇ
ଗାଁ ରେ ମାଆ ଅଛି ନେବ କୋଳେଇ ।।
ଲେଖିକା - ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା, କଟକ
