STORYMIRROR

Writer Roja Panda

Others

5.0  

Writer Roja Panda

Others

ସହର ଓ ଗାଁ

ସହର ଓ ଗାଁ

1 min
233



ସହରରେ କୁଟ କପଟଟା ଭରିଛି

ଗାଁ ରେ ସେନେହ ପୀରତି ଝରୁଛି ।।


ସହରେ ରାଜୁତି ଧୂଳି ଓ ଧୂଆଁର

ଗାଁ ରେ ମନ୍ଦ ମନ୍ଦ ବହେ ସମୀର ।।


ସହରେ ଗଛ କାଟି କୋଠା ଉଠଇ

ଗାଁ ରେ ତୋଟା ମାଳ ମାଳ ଦିଶଇ ।।


ସହରେ ଋତୁରାଜ ଆଉ ଆସୁନି

ଅବା ସୁଲୁସୁଲୁ ବାଆ ବହୁନି ।।


ସହରେ ଗାଡି ମଟର ର ଘୁଉଁ ଘୁଉଁ

ଗାଁ ରେ କୋଇଲି ଗାଉଛି କୁହୁକୁହୁ ।।


ସହରେ ଭାଇ ଚିନହୁ ନାହିଁ ଭାଇକୁ

ଗାଁ ରେ ସାହା ଜଣେ ଅନ୍ୟ ଜଣକୁ ।।


ସହରେ ମମି ଡାଡି ଡାକ ଶୁଭୁଛି

ଗାଁ ରେ ମାଆ ବାପା ଡାକେ ମଧୁ ଝରୁଛି ।।


ସହରୁ ଆସ ଭାଇ ଭଉଣୀ ଆସ ପଳେଇ

ଗାଁ ରେ ମାଆ ଅଛି ନେବ କୋଳେଇ ।।


ଲେଖିକା - ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍