STORYMIRROR

Meenakshi Padhy

Others

3  

Meenakshi Padhy

Others

ଶପଥ

ଶପଥ

1 min
173

ସାତ କଳସ ଓ ଆଠ ଦୀପ ଆଉ

ସାକ୍ଷୀ ଦଶ ଦିଗପାଳ,

ସାକ୍ଷୀ ପଞ୍ଚଭୂତ ଆଉ ଜଗନ୍ନାଥ

ଆତ୍ମା ସହ ଆତ୍ମା ମେଳ।


ସଜାଇଛୁ ତୋର ସିନ୍ଥିରେ ସିନ୍ଦୂର

ନାଲି ଜରଜର କରି,

ହାତେ ସଜାଇଛୁ ମେହେନ୍ଦି ସଜନୀ

ନାଲି ଶଂଖା ଚୁଡି଼ ଭରି।


ସଂସାର ରଥର ଦୁଇଟି ଗୋ ଚକ

ଗୋଟେ ମୁଁ ଗୋଟେ ତୁ,

ପାଦ ସହ ପାଦ ମିଶେଇ ଚାଲିବା

ଗୋଟେ ତୁ ଗୋଟେ ମୁଁ।


ହାତେ ମୋ ଧରିଛି ହାତ ତୋ ସଖୀରେ

ନ ଛାଡ଼ିବି କେବେ ମୁହିଁ,

ସୁଖ ଦୁଃଖ ଆଉ ଆଲୁଅ ଅନ୍ଧାରେ

ସଦା ଥିବି ପାଶେ ରହି।


ଆସୁ ପଛେ ଯେତେ ଝଡ଼ ବତାସ ରେ

ମିଶି କରିବା ସାମନା,

କରୁଥିବି ତୋର ଦଶ ଦୋଷ କ୍ଷମା

କଥା ଦେଉଛି ସୁମନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍