STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଶପଥ

ଶପଥ

1 min
154

ତିରଙ୍ଗା ଆଗରେ ମଥା ମୋ ଉଠାଇ

    କରୁଛି ଶପଥ ଆଜି

ଶତୃର ରକତେ ଖୋଳିବି ମୁଁ ହୋଲି

   ଲାଗାଇ ଜୀବନ ବାଜି


ଶପଥର ଡୋରି ହାତରେ ମୋ ବାନ୍ଧି

    ହାତରେ ବନ୍ଧୁକ ନେଇ

ଶତ୍ରୁ ବିନାଶନେ କର୍ତ୍ତବ୍ୟ କରିବି

  ମୋର ମାତୃଭୂମି ପାଇଁ


ମାତୃଭୂମି ପାଇଁ ଏ ଜୀବନ ଗଲେ

    ନାହିଁ ତିଳେ ମାତ୍ର ଦୁଃଖ

ଶପଥ ନାବରେ ଏ ଦେଶର କୋଳେ

    ମିଳିବ ଅନେକ ସୁଖ



Rate this content
Log in