ଶପଥ
ଶପଥ
1 min
160
ତିରଙ୍ଗା ଆଗରେ ମଥା ମୋ ଉଠାଇ
କରୁଛି ଶପଥ ଆଜି
ଶତୃର ରକତେ ଖୋଳିବି ମୁଁ ହୋଲି
ଲାଗାଇ ଜୀବନ ବାଜି
ଶପଥର ଡୋରି ହାତରେ ମୋ ବାନ୍ଧି
ହାତରେ ବନ୍ଧୁକ ନେଇ
ଶତ୍ରୁ ବିନାଶନେ କର୍ତ୍ତବ୍ୟ କରିବି
ମୋର ମାତୃଭୂମି ପାଇଁ
ମାତୃଭୂମି ପାଇଁ ଏ ଜୀବନ ଗଲେ
ନାହିଁ ତିଳେ ମାତ୍ର ଦୁଃଖ
ଶପଥ ନାବରେ ଏ ଦେଶର କୋଳେ
ମିଳିବ ଅନେକ ସୁଖ
