STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶୋଷଣ

ଶୋଷଣ

1 min
107

କଥା ଦେଇଥିଲା ବାହା ହେବାକୁ

ଶୋଷୁଥିଲା ରକ୍ତ ଦିନ ରାତିକୁ।୧


ଦେହଠାରୁ ଅର୍ଥ କିଛି ଛାଡି଼ନି

କେହି ବି ଜଗତେ ମୋଟେ ଜାଣିନି।୨


ଲୁଚାଇ କି କଥା ଚାଲିଲା ଲୀଳା

ଆଜି ଆସିଗଲା ଦେହକୁ କୀଳା।୩


ଛାଡି଼ ଚାଲିଗଲା ପିଲାଟି ଦୂରେ

ଝିଅଟିର ଆଜି ଲୋତକ ଝରେ।୪


ବାପାର ହେଲା ନା ସ୍ୱାମୀର ହେଲା

ମଝି ଦରିଆରେ ବୁଡି଼ବା ହେଲା?୫


ନିଜର ଲୁହକୁ ପିଉଛି ଆଜି

ମନ ଗହନଟା ଗଲାଣି ଭାଜି।୬


ଖରା ବର୍ଷ ଶୀତ ସଂସାର ହାଟେ

ମନ ଅଇନାକୁ ସମ୍ପୂର୍ଣ୍ଣ ଘୋଟେ।୭


ଚାରିଆଡୁ଼ ରାସ୍ତା ବନ୍ଦ ହୋଇଲା

ସଂସାରୁ ସେପାରି ଯିବା ଚାହିଁଲା।୮


ନିଜର ଓଢ଼ଣୀ ବେକରେ ଦେଇ

ଆତ୍ମହତ୍ୟା କଲା ଲୁହ ଗଡେ଼ଇ।୯


ଝୁଲୁଅଛି ଶବ ଗଛ ଡାଳରେ

ଶୋଷି ହୋଇଗଲା ମନ ମନ୍ଦିରେ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍