STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ଶୋଷ

ଶୋଷ

1 min
448



ଜଳଜଳ କରି ଚାହିଁଥିଲା ଆଖି

ଘଟୁଛି ଏ ପୁଣି କିସ...?

କଳ କଳ ଝରେ ହୋଇ ଅଶ୍ରୁସିକ୍ତ

ବେନି ନୟନେ କି ରସ...?୧


ପଚାରି ବୁଝିଲା ନିଜର ମନକୁ

କାହିଁକି ଲାଗୁଛି ଏମିତି,

ଉତ୍ତର ଉହାଡେ ଭେଟିଲା ଯାହା ସେ

ବର୍ଣ୍ଣନା କରିବ କେମିତି...?୨


ଟାଣି ଓଟାରି ସେ ଭିଡ଼ିଲା ମନକୁ

କହିଦେ ସକଳ ଘଟଣା,

ଏ କି ପାଗଳାମୀ ନାଁ ଏ ଦୃଷ୍ଟାମୀ

ଉତ୍ତର ହେଉଛି ବଣା।୩


ମଳି ମଳି ଆଖି ହୃଦ ପାଖାପାଖି

ଶୁଣିଲା ଅନ୍ତର ସ୍ୱର,

ଢଳି ଢଳି ବଢ଼େ ବଦ୍ଧ ବ୍ୟାକୁଳତା

ବଡ଼ିମା ହେଲାଣି ଚୁର।୪


ତୃଷ୍ନା ତର୍ପଣରେ ତୋଳିଲା କାହିଁକି

ନୂଆ ରୂପ ନୂଆ ବେଶ..?

ମନ ତଳ ଏ କି ଅଜଣା ଆକାଂକ୍ଷା

ଏ କି ପ୍ରକାର ର ଶୋଷ..?୫


ନବ ଉନ୍ମାଦନା ନବୀନ ଶିହରେ

ପୁଲକିତ ପ୍ରେମ ସିନ୍ଧୁ,

ତୃଷାର୍ତ୍ତ ନାମରେ କାହିଁକି ଲାଗିଲା

ଜୀବନେ ଆଶା ଅଳନ୍ଧୁ..?୬


ଚାହିଁ ନଥିଲା ସେ ପରିପୂର୍ଣତା କୁ

ପବିତ୍ର ତା ପାଇଁ ରାସ,

ମେଣ୍ଟୁ କି ନମେଣ୍ଟୁ ଅବକାଶ ନାହିଁ

ନାହିଁ ବାକି ଅବଶୋଷ ।୭


କଳଙ୍କ କାଳିମା କୁଆଁରୀ ଯୌବନେ

ଟାଣିଲା ଲକ୍ଷ୍ମଣ ରେଖା,

ମରିଯିବ ପଛେ ବୁଲି ଚାହିଁବନି

ଆଉ କରିବନି ଦେଖା।୮


ଚଳ ଚଳ କରି ପିଇବାକୁ ହେବ

ଜୀବନ କ୍ଷୁଧା ର ରୋଷ,

ହଳାହଳ ବିଷ ମେଣ୍ଟାଇ ପାରିବ

ଅସୁମାରି ଶେଷ ଶୋଷ।୯। ବିଜୟ।


Rate this content
Log in