STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ଶୋଇଦେ ଚିର ନିଦ୍ରାରେ

ଶୋଇଦେ ଚିର ନିଦ୍ରାରେ

1 min
185

ଶୋଇ ଦେ କାଳିଆ ମୋତେ ଚିର ନିଦ୍ରାରେ,

ମୁଁ ଦେଖିବି ଅଖଣ୍ଡ ସପନ

ମୋତେ ମିଳିବ ଅନନ୍ତ ବେଳ କରିବାକୁ,

ତୋ ଅଖଣ୍ଡ ନାମ କୀର୍ତ୍ତନ

ନିଦ ଆଉ ଭାଙ୍ଗିବନି,

ଦୁଃଖ ପାଖ ମାଡିବନି,

କାମନା ବାସନା ସବୁ ହେବେ ଉଭାନ।


ନାଁ ଥିବ ସେଠି ଭୋକର ସେ କ୍ରୁର ହସ

ନାଁ ଥିବ ସେଠି ପ୍ରତାରଣା ଭଦ୍ର ବେଶ

ନାଁ ଥିବ ସେଠି ଅହଂକାର ରୂଦ୍ର ରୂପ,

ନାଁ ଥିବ ସେଠି ଇର୍ଷା ଦ୍ଵେଷ ଆର୍ଦ୍ର କୋପ

ସବୁ ହସ ବେଶ ,

ସବୁ ରୂପ କୋପ,

ମିଶି ଖୋଜୁଥିବେ ତୋର ପାଦୁକ ଚିହ୍ନ।


ସେଠି ଖୋଜିବି ନି ରୋଜଗାର କର୍ମ ସଂସ୍ଥା

ସେଠି ହଜିବିନି ଖୋଜି ଖୋଜି ପାପ ପନ୍ଥା

ସେଠି ମଜ୍ଜିବିନି ମିଛ ମାୟା ବନ୍ଧନରେ

ସେଠି ଭିଜୁଥିବି ତୋର ପ୍ରେମ ଚନ୍ଦନରେ

ସବୁ କର୍ମ ଧର୍ମ,

ସବୁ ମୋହ ଜ୍ଞାନ,

ମିଶି ଖୋଜୁଥିବେ ତୋର ପ୍ରେମ ବନ୍ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍