STORYMIRROR

Prabhati Mahapatra

Others Children

4  

Prabhati Mahapatra

Others Children

ଶୋଇ ଯା' ମୋ ପରୀ

ଶୋଇ ଯା' ମୋ ପରୀ

1 min
322

ଶୋଇ ଯା' ମୋ ଧନ ମାଳି

କାହିଁକି କରୁୁଚୁ, ମୋ ପାଶେ ଅଳି

ଧନ ମାଳି ଲୋ 

ପ୍ରାଣ, ଯାଏ ସତେ ମୋର ଜଳି

ଧନ ମାଳି ଲୋ ......

ଦଶମାସ ଗର୍ଭେ ଭରି

ଚାଲୁ ଥିଲି ଯେବେ, କାନ୍ଥକୁ ଧରି

ଧନ ମାଳି ଲୋ

ସେହି କଥାକୁ ହେଉଛି ଝୁରି

ଧନ ମାଳି ଲୋ .......

କୁଆଁ କୁଆଁ ଡାକ ଦେଇ

ଯେବେ ସ୍ପର୍ଶ କଲୁ, ମେଦିନୀ ଭୂଇଁ

ଧନ ମାଳି ଲୋ

ସତେ ସରଗ ପାଇଲି ମୁହିଁ

ଧନ ମାଳି ଲୋ ...

ଖେଳିଲୁ ତୁ ଦାଣ୍ଡ ଘାଟେ

ଲୁଟି ନେଲା ପ୍ରାଣ, ଦୁଷ୍ଟ କପଟେ

ଧନ ମାଳି ଲୋ

ସ୍ଵପ୍ନ ଲିଭି ଗଲା ଅଧା ବାଟେ 

ଧନ ମାଳି ଲୋ .......

ଆଖିକୁ ଅନ୍ଧାର ଦିଶେ

ତୋ ଚନ୍ଦ୍ର ବଦନ ନୟନେ ଭାସେ

ଧନ ମାଳି ଲୋ

କିଏ ଅବୁଝା ହେବ ମୋ ପାଶେ ।

ଧନ ମାଳି ଲୋ.......

ଜହ୍ନ ରାଇଜକୁ ଗଲୁ

କ୍ଷଣିିିିକରେ ତୁହି ମାତା ଭୂଲିଲୁୁ

ଧନ ମାଳି ଲୋ 

ମୋର ଛାତିକୁ ପଥର କଲୁ

ଧନ ମାଳି ଲୋ .....

ରାଜ ପୁତ୍ର ପରି ବର

ଦେବା ପାଇଁ ଚାହେଁ ଦାଣ୍ଡ ଦୁୁୁଆର

ଧନ ମାଳି ଲୋ

ସେତ ହେଲା ମୋର କାଚ ଘର

ଧନ ମାଳି ଲୋ .......

ଠୁକୁ ଠୁକୁ ଚାଲି ଦେଖି

କେତେ ହେଉ ଥିଲା ମୋ ମନ ସୁଖି

ଧନ ମାଳି ଲୋ

ସବୁ ହୃଦୟେ ଥିଲି ମୁଁ ଲେଖି 

ଧନ ମାଳି ଲୋ .......

ବିଧି କି ହୋଇଲା ବାମ

କରି ଦେଲା ମୋର ଭାଗ୍ୟ ଅକାମ

ଧନ ମାଳି ଲୋ

ତୋର ନରହିିିଲା ଚିହ୍ନ ବର୍ଣ୍ଣ 

ଧନ ମାଳି ଲୋ .......

ଯେଉଁ ଦିନ ତୋର ଦୋଷୀ

ଯାତନା କ୍ଲେଶରେ ହୋଇବେ ପେଷୀ

ଧନ ମାଳି ଲୋ

ସେହି ଦିନ ହେବି ନିିଶ୍ଚେଁ ଖୁୁୁସିିି 

ଧନ ମାଳି ଲୋ ......... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍