Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Others

3  

Niranjan Mishra

Others

ଶ୍ମଶାନ

ଶ୍ମଶାନ

1 min
209


ରାଜା ରଙ୍କ ମୋ ପାଖରେ 

ସଭିଏଁ ସମାନ ।

ମୋ ଅଙ୍କରେ ସଭିଙ୍କୁ ମୁଁ 

ଦେଇଅଛି ସ୍ଥାନ ।୧।


ଶ୍ମଶାନ ମଶାଣି ମରାଖାଇ

କେତେ ନାମ ମୋର ।

ଲୋକଙ୍କର ଶେଷ ଆଶ୍ରା 

ମୋର କଳେବର ।୨।


ଦେଖିଛି ମୁଁ ରିକ୍ତ ହସ୍ତେ 

ଯାଆନ୍ତି ସରବେ ।

ଏ ଧରାରୁ କେହି କିଛି 

ନେଇ ନାହିଁ କେବେ ।୩।


ସରଗକୁ ଗଲା ଅବା 

ନରକକୁ ଗଲା ।

ଗଲା ବେଳେ ଜଣାଯାଏ 

କେ କେମିତି ଥିଲା ।୪।


ଦେଖିଛି ଆଖିରେ ମୋର 

କେତେ ମୁଁ କାହାକୁ ।

ମଡା ସାଜିଲେ ଆସନ୍ତି 

ମୋହର କୋଳକୁ ।୫।


କୋଳେଇ ନିଏ ମୁଁ କରି 

ଅତି ଆପଣାର ।

ଧନ୍ୟ ହୁଏ ମୋ ଜୀବନ 

ସର୍ବେ ମୋ ନିଜର ।୬।


ସାମ୍ୟ ମୈତ୍ରୀ ଚେତନାର 

ବାର୍ତ୍ତାବହ ହୋଇ ।

ସଭିଙ୍କୁ ଜାଗ୍ରତ କରେ

ଏ ବାରତା ଦେଇ ।୭।


ସଭିଙ୍କୁ ନିଜର କର

ଏଇ ସଂସାରରେ ।

ଦିନେ ତ ଯିବାକୁ ହେବ 

ଆପଣା ରାସ୍ତାରେ ।୮।


ମୁଠାଏ ପାଉଁଶ ହୋଇ 

ମିଶିବା ମାଟିରେ ।

କେତେ ଛନ୍ଦ କର କିଆଁ 

ଜୀବନ କାଳରେ ।୯।


ଯୁଇରେ ଜଳିବା ଆଗୁଁ 

ମୋତେ ଦେଖି ଯାଅ ।

ମୁଁ ମୋର ତ୍ୟାଗ କରି 

ଅନ୍ୟ ପାଇଁ ରହ ।୧୦।



Rate this content
Log in