STORYMIRROR

jagabandhu sahu

Others

3  

jagabandhu sahu

Others

ଶ୍ମଶାନ

ଶ୍ମଶାନ

1 min
141

ଏନ୍ତୁଡି ଶାଳରୁ    ଜୀବନର ନଈ

   ବହେ ଚିରସ୍ରୋତା ହୋଇ

ଶେଷ ହୋଇଥାଏ ଚିରସ୍ରୋତା ଧାର

     ଶ୍ମଶାନ ଭୂଇଁରେ ଯାଇ

ଅଭିନୟ କେତେ କରୁଥାଉ ଆମେ

    ଏଇ ରଙ୍ଗମଞ୍ଚ ପରେ

ସବୁ ରଙ୍ଗ ଢଙ୍ଗ  ଛାଡି ଏ ସଂସାରେ

   ଫେରନ୍ତି ଶ୍ମଶାନ କୋଳେ

ସତ୍ଯ ଏ ଶ୍ମଶାନ ଭାଙ୍ଗେ ଆତ୍ମ ଗର୍ବ

    କରି ଯେ ମୁଠେ ପାଉଁଶ

ତା ପାଖେ ନେବାକୁ ଲୋଡା ପଡିଥାଏ

    ଶେଷରେ ଛଖଣ୍ତ ବାଉଁଶ

ଜନମ ତ ସତ     ମରଣ ବି ସତ

     ସତ ଏ ଶ୍ମଶାନ ଭୂଇଁ

ଫେରୁଥାନ୍ତି ଆମେ ତାହାରି କୋଳକୁ

    ରାମ ନାମ ସତ୍ଯ ଗାଇ ।


Rate this content
Log in