Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrunmayee Behera

Others

3  

Mrunmayee Behera

Others

ଶ୍ମଶାନ

ଶ୍ମଶାନ

1 min
192


ସଂସାର ମଞ୍ଚରେ ଜୀବନ ନାଟକ

ଜୀବ ହିଁ ନାୟକ ସାଜେ,

ସରିଲେ ସମୟ ଅଭିନୟ ଶେଷ

ଯିବାକୁ ଶ୍ମଶାନ ଖୋଜେ।


ଶ୍ମଶାନ ଜୀବର ଅନ୍ତିମ ଠିକଣା,

 ହୁଏ ଫେରିବାକୁ ଏକା,

ସାଙ୍ଗସାଥୀ,ବନ୍ଧୁ, ଜ୍ଞାତି ପରିଜନ

ସବୁ ଦେଇଦେବେ ଧୋକା ।


ଅରଜିବା ଧନ, ମାନ ସନମାନ

ସବୁ ରହିଯିବ ଏଠି,

ଗଲାବେଳେ ଯାହା ହରିନାମ ସାହା

ଶରୀର ହୋଇବ ମାଟି ।


ଚିର ନିଦ୍ରା ଦିଏ ଶ୍ମଶାନରେ ଶାନ୍ତି 

ନ ଥିବ ମୋହ କି ଲୋଭ ,

ମୁଁ' ଆଉ ମୋ'ର ଆତ୍ମ ଅଭିମାନ

ହେବ ଶେଷ ଦେହ ଭାବ ।


Rate this content
Log in