ସହିଯାଅ ମୁଣ୍ଡପାତି
ସହିଯାଅ ମୁଣ୍ଡପାତି
ବାଡ଼କୁ କହିଲେ ବତା ଚମକୁଛି
ମୁଗ ମାଡ଼ରେ କୋଲଥ ଚୋପା
କାହାକୁ କହିଲେ କିଏ ଚମକୁଛି
ମନରେ ମନରେ ହେଉଛି ଖପା ।
କାହାର କଥାକୁ ନିଜକୁ ନେବନି
ନେଲେ ନିଜ ମନେ ହୋଇବ ଦୁଃଖ
ନିଜର ଦୁଃଖକୁ ଅନ୍ୟକୁ କହିଲେ
ଶୁଣିବା ଲୋକ ହିଁ ପାଇବେ ସୁଖ ।
ଦୁଃଖକୁ କହିଲେ କିଏ ଶୁଣିବେନି
ଫାଇଦା ନେବାରେ ଲାଗିବେ ଲୋକ
ସୁଖରେ ରହିଲେ କିଏ ସହିବେନି
ବାର କଥା ପୁଣି କହିବେ ଲୋକ ।
ଯଦି ଚାହଁ ତୁମେ ଭଲରେ ରହିବ
ମୋର କଥା ମନେରଖିବ
କିଏ କଣ କରୁଛି କାହିଁକି କରୁଛି
ଏକଥାରୁ ଦୁରେ ରହିବ ।
ପର କଥାରେ ମୁଣ୍ଡ ପୁରେଇଲେ
ଦାଣ୍ଡର କିଳାକୁ ଡାକିବ
ପର କଥାକୁ ଦୂରରେ ରଖିଲେ
ହସ ଖୁସିରେ ଚଳିବ ।
ଏତ ସମାଜର ନୀତି
ଏଇ ସମାଜରେ ଚଳିବାକୁ ହେଲେ
ସହିଯାଅ ମୁଣ୍ଡପାତି ।
