ଶିଶୁଦିବସରେ ଅବଲୋକନ
ଶିଶୁଦିବସରେ ଅବଲୋକନ
ସେ ଦିନର କଥା ମୋର ସ୍ମୃତିପଟରେ
ସାଇତା ହୋଇଛି
ଫେରି ଆସନ୍ତା କି ପିଲାବେଳ କଥା
ଭାରି ମନେ ପଡୁଛି
ଶିଶୁ ଦିବସରେ ମୋର ଗୁରୁବୃନ୍ଦ ଯାହା
ଥିଲେ ଶିଖାଇ
ଶୁଣ ମନ ଦେଇ ହେ ଯେତେ ମୋର
ଛୋଟ ଭଉଣୀ ଭାଇ
ମଣିଷ ଜୀବନ ଅଟେ ସର୍ବଦା କର୍ମର
ଡୋରରେ ବନ୍ଧା
ସୁଖ ମିଳେ ମଣିଷକୁ ହୋଇଲେ ସେ
ସତ୍ୟରେ ଛନ୍ଦା
ଭଲ କର୍ମ କଲେ ଭଲ ଫଳ ମିଳେ ସୁଖ
ମିଳଇ ମନ ମଧ୍ୟରେ
ଜାଣି ଥାଅ ସଂସାର ଚାଲଇ ସତ୍ୟ ଧର୍ମ
ଶାନ୍ତି ଦୟା କ୍ଷମାର ଧାରେ
ଅସତ୍ୟ ଅଧର୍ମ କୂଟ ଓ କପଟ ମନ ମଧ୍ୟରେ
କରିଲେ ଗ୍ରାସ
ଜାଣିଥା ସମସ୍ତେ ନିଶ୍ଚେ ଦିନେ ଅକର୍ମର ଫଳ
ଆଣିବଟି ଅପଯଶ
କର୍ମରେ ବିଶ୍ୱାସ ଥାଇ କର୍ମ କରି ଚାଲିଲେ
ଶ୍ରେଷ୍ଠ ସ୍ଥାନରେ ପହଁଚାଏ
ଶିକ୍ଷିତ ହେଉକି ଅଶିକ୍ଷିତ ହେଉ ଆଦର୍ଶ
ସ୍ୱଭାବ ଚାରି ଦିଗେ ବାସି ଯାଏ
ତେଜି ନିଜ ସ୍ୱାର୍ଥ କର୍ମକୁ ପାଳନ କରି ଯିଏ
କରନ୍ତି ପରୋପକାର
ସେହି ମାନବର ଉତ୍ତମ କର୍ମ ତାଙ୍କୁ ସଂସାରେ
କରିଥାଏ ଅମର
