STORYMIRROR

Chittaranjan Nanda

Children Stories

3  

Chittaranjan Nanda

Children Stories

ଶିଶୁଦିବସରେ ଅବଲୋକନ

ଶିଶୁଦିବସରେ ଅବଲୋକନ

1 min
287

ସେ ଦିନର କଥା ମୋର ସ୍ମୃତିପଟରେ 

ସାଇତା ହୋଇଛି

ଫେରି ଆସନ୍ତା କି ପିଲାବେଳ କଥା  

ଭାରି ମନେ ପଡୁଛି


ଶିଶୁ ଦିବସରେ ମୋର ଗୁରୁବୃନ୍ଦ ଯାହା 

ଥିଲେ ଶିଖାଇ 

ଶୁଣ ମନ ଦେଇ ହେ ଯେତେ ମୋର 

ଛୋଟ ଭଉଣୀ ଭାଇ


ମଣିଷ ଜୀବନ ଅଟେ ସର୍ବଦା କର୍ମର 

ଡୋରରେ ବନ୍ଧା 

ସୁଖ ମିଳେ ମଣିଷକୁ ହୋଇଲେ ସେ 

ସତ୍ୟରେ ଛନ୍ଦା 


ଭଲ କର୍ମ କଲେ ଭଲ ଫଳ ମିଳେ ସୁଖ 

ମିଳଇ ମନ ମଧ୍ୟରେ

ଜାଣି ଥାଅ ସଂସାର ଚାଲଇ ସତ୍ୟ ଧର୍ମ 

ଶାନ୍ତି ଦୟା କ୍ଷମାର ଧାରେ 


ଅସତ୍ୟ ଅଧର୍ମ କୂଟ ଓ କପଟ ମନ ମଧ୍ୟରେ 

କରିଲେ ଗ୍ରାସ 

ଜାଣିଥା ସମସ୍ତେ ନିଶ୍ଚେ ଦିନେ ଅକର୍ମର ଫଳ  

ଆଣିବଟି ଅପଯଶ 


କର୍ମରେ ବିଶ୍ୱାସ ଥାଇ କର୍ମ କରି ଚାଲିଲେ  

ଶ୍ରେଷ୍ଠ ସ୍ଥାନରେ ପହଁଚାଏ 

ଶିକ୍ଷିତ ହେଉକି ଅଶିକ୍ଷିତ ହେଉ ଆଦର୍ଶ 

ସ୍ୱଭାବ ଚାରି ଦିଗେ ବାସି ଯାଏ


ତେଜି ନିଜ ସ୍ୱାର୍ଥ କର୍ମକୁ ପାଳନ କରି ଯିଏ

କରନ୍ତି ପରୋପକାର

ସେହି ମାନବର ଉତ୍ତମ କର୍ମ ତାଙ୍କୁ ସଂସାରେ

କରିଥାଏ ଅମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍