ଶିଶୁ
ଶିଶୁ
1 min
243
ହେ ଶିଶୁ !
ତମେ ନିଷ୍କପଟ,ନିଷ୍କଳଙ୍କ
ତମେ ଇଶ୍ବରଙ୍କ ଦାନ ।
ତମେ ସକାଳର ଏକ
ସଜଫୁଟା ଫୁଲ
ତମ ଦେହେ ଭରିଛି ଇଶ୍ବର ।
ତମ କୁନି କୁନି ଓଠ
ଯେବେ ଦିଏ ମାଆ ଡାକ
ମାଆ ମନ ନାଚେ ପାଗଳ ସାଜି ।
ତୁ କାନ୍ଦିଲେ
ମାଆ ଜାଣେ ତୋ କାନ୍ଦ ରହସ୍ୟ
ଅମୃତ ଦେଇ କରାଏ ଶାନ୍ତ ।
ତୋ ଖିଲି ଖିଲି ହସେ
ମାଆ ମନେ ଭରେ ଆନନ୍ଦ
ଦୁଃଖ ଭୁଲି ପାଏ କେତେ ଆହ୍ଲାଦ ।
ତତୋ ନେଇ ସେ ଦେଖେ
ହଜାରେ ସପନ
ବଡ ହେଇ ପୁଣି ରଖିବୁ ମାନ ।
