STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଶିଶୁ

ଶିଶୁ

1 min
212

ସଜ ସରସୀଜ କଅଁଳ ମୁହଁରେ

ରକ୍ତ କରବୀର ଓଷ୍ଠ

ମୁକ୍ତା କ୍ଷୁଦ୍ର ଦନ୍ତପକ୍ତି ତା ସୁନ୍ଦର

ଅସଜଡା ଚୁର୍ଣ୍ଣ କେଶ ।।


ଖିଲି ଖିଲି ହସ ଦରୋଟି ଭାଷାରେ

ହୃଦୟ ଉଠଇ ପୁରି

ସେ ଭାଷାରେ ତାର ଅନେକ କାହାଣୀ

ଆଶା କିବା ଅସୁମାରୀ ।।


ଆଖିରେ ସତେକି ଆଖିଏ ସପନ

ଜୀବନର ଚଲାପଥ

କେତେ ଯେ ଦୁରୁହ, ଶିଶୁ କି ଜାଣିବ ତା

ଅନାହତ ଭବିଷ୍ୟତ ।।


ଉଦାର, ନୀରିହ,ନିଷ୍ପାପ,ମୁଦ୍ରାରେ

ଶିଶୁର ସେ ଅବତାର

ଲବଣୀ ପିତୁଳା କୋମଳ କଳିକା

ଦିଏ ଆନନ୍ଦ ଅପାର ।।


ଠୁକୁ ଠୁକୁ ଚାଲି ପଡିଉଠି ବାଲି

ଧୂଳିରେ ଧୂଳିଆ ବାବା

ଶିଶୁ ଜଟାଧାରୀ ଈଶ୍ଵରୀୟ ବେଶେ

ଆକର୍ଷିତ କରେ ଅବା ।।


ଅଭୟ ମୂରତି ତାର ପ୍ରତିମୂର୍ତ୍ତି

ଛଳନା ବିହୀନ କାୟା

ଆକର୍ଷିତ କରେ ସବୁରି ମନକୁ

ନାହିଁ କ୍ରୋଧ, ହିଂସା,ମାୟା ।।


ତା କ୍ରନ୍ଦନ ଧ୍ଵନୀ ସହିତ ନିହିତ

ଅନେକ ଆତ୍ମ ବିଶ୍ଵାସ

କା କରୁଣା କର ପ୍ରସରି ଆସିବ

କରିବାବୁ କୋଳାଗ୍ରତ ।।


ମମତାର ଏକ ଅପରୂପ ରୂପ

ସତେ ଅବା ଚିତ୍ରକର

ଚିତ୍ରୀତ କରିଛି ଶିଶୁ ଦିଶେ ତେଣୁ 

ଈଶ୍ଵରଙ୍କ ଅବତାର ।।



Rate this content
Log in