ଶିଶୁ
ଶିଶୁ
1 min
166
ବଗିଚାର ନୁଆଁ କରି ଫୁଟିଥିଲା କୁନି ଫୁଲଟି
ମନରେ ତାର ଅନେକ ସ୍ବପ୍ନ
ସେ ତ ଭାବିଥିଲା ଏ ଦୁନିଆଁକୁ
ନିଜର କରିନେବ ତାର ମୁରୁକି ହସରେ ।
ଜିତିବ ସଭିଙ୍କ ଦୃଦୟ
ତାର ମିଠା ମିଠା କଥାରେ
ମହକିବେ ସାରା ବିଶ୍ୱବାସୀ
ଆଉ ଭିଜିବେ ତାର ଦରଦୀ ଛୁଆଁରେ ।
ହେଲେ ଏ କଣ ହେଲା?
ବେଦରଦୀ ମାନେ ତାକୁ କୁଆଡେ
ନଷ୍ଟ କରିଦେଲେ
ସେ ଦୁନିଆଁକୁ ନିଜର କରିବା ଆଗରୁ
ତାକୁ ପର କରିଦେଲେ ।
