ଶିଶୁ
ଶିଶୁ
ମାଆ ମମତାକୁ ଶିଶୁର ହୃଦୟ
ଛୁଇଁ ହୁଅଇ ସନ୍ତୋଷ l
ଗେଲେ କହେ ମାଆ ପାଇଁ ଶିଶୁ ଦେହ
ଆନନ୍ଦେ ଫୁଟାଏ ହସ l
ଦିଅ ଶିଶୁ ମୁଖେ ଆନନ୍ଦର ବାର୍ତ୍ତା
ଆନଂଦରେ ଶିଶୁ ହସୁ l
ମମତାର ବାର୍ତା ହସ ହସ ମୁଖେ
ମାତାଠାରୁ ଭାଷା ତୋସୁ l
ନ ଦିଅ ଶିଶୁକୁ ବିରକ୍ତ ବେଦନା
ସ୍ନେହ ଭାବ ଦିଅ ତୋସେ l
ନ ଶିଖାଅ ତାକୁ କପଟର ବାର୍ତ୍ତା
ନ ରଖଟି ଅପଯଶେ l
ପ୍ରତି ମୁହୂର୍ତ୍ତରେ ଶିଶୁକୁ ଚୁମ୍ବନ
ଦିଅ କୋମଳ ଭାଷାରେ l
ସ୍ନେହ ଭାବ ତାକୁ ଧରାଇଣ ଦିଅ
ମନ ରହୁ ଆନନ୍ଦରେ l
ଶିଶୁଙ୍କ ପାଖରେ ବେଦନା ଭାଷଣ
କଦାଚିତ ଦିଅ ନାହିଁ l
କୋମଳ କଥାରେ ସୁଆଦିଆ କଥା
ଦିଅଟି ପାଶେ ଶୁଣାଇ l
ଅପଭାଷା ବାଣୀ ମୁଖରେ ଭରାଇ
ନ ଦିଅ ଶିଶୁକୁ ବ୍ୟଥା l
ମନକୁ ସଂଯୋଗ କରାଇ ଶିଶୁକୁ
ଜ୍ଞାନକୁ କର ବ୍ୟବସ୍ଥା l
ମନୋବିଜ୍ଞାନରେ ଶିଶୁ ହୃଦେ ଯେବେ
ଯଦି ପୁରିଥିବ ପୂର୍ଣ୍ଣେ l
