ଶିଶୁ
ଶିଶୁ
1 min
363
କି ବିଚିତ୍ର ପ୍ରଭୁ
ଗଢିଛ ଯତନେ କେତେ
କୁନି କୁନି ଶିଶୁ
ସଂସାରେ ସତରେ ଯେତେ।୧।
ଖିଲି ଖିଲି ହସ
ଓଠ ଧାରେ ଲାଗେ ଭଲ
ଦେଖି ଦେଲେ ଥରେ
ଲାଗଇ ଅମୂଲ ମୂଲ।୨।
ନିଷ୍ପାପ ମନରେ
ନ ଥାଏ ଛଳନା ଜମା
ତାଙ୍କରି ମୁହଁରେ
ଥାଏ ସରଗ ସୁଷମା।୩।
ଦେଖି ଦେଲେ ତାଙ୍କ
ନିରୀହ ମୁହଁକୁ ଥରେ
ଚାଲି ଯାଏ ଦୁଃଖ
ଥାଏ ଯେତେ ହୃଦୟରେ।୪।
କି ବିଚିତ୍ର ପ୍ରଭୁ
ସତେ ସର୍ଜନା ତୁମରି
ଦେଇ ଅଛ ସ୍ନେହ
ମମତା ପାଇଁ ତାଙ୍କରି।୫।
ତାଙ୍କରି ପାଇଁ କି
କରିନ କିଛିରେ ଉଣା
କେ ଅଛି ଭରିବ
ତୁମରି ଯେତେ ପାଉଣା।୬।
