STORYMIRROR

Ajay kumar Behera

Others

4  

Ajay kumar Behera

Others

ଶିଶୁ

ଶିଶୁ

1 min
371


କି ବିଚିତ୍ର ପ୍ରଭୁ

ଗଢିଛ ଯତନେ କେତେ

କୁନି କୁନି ଶିଶୁ

ସଂସାରେ ସତରେ ଯେତେ।୧।


ଖିଲି ଖିଲି ହସ

ଓଠ ଧାରେ ଲାଗେ ଭଲ

ଦେଖି ଦେଲେ ଥରେ

ଲାଗଇ ଅମୂଲ ମୂଲ।୨।


ନିଷ୍ପାପ ମନରେ

ନ ଥାଏ ଛଳନା ଜମା

ତାଙ୍କରି ମୁହଁରେ

ଥାଏ ସରଗ ସୁଷମା।୩।


ଦେଖି ଦେଲେ ତାଙ୍କ

ନିରୀହ ମୁହଁକୁ ଥରେ

ଚାଲି ଯାଏ ଦୁଃଖ

ଥାଏ ଯେତେ ହୃଦୟରେ।୪।


କି ବିଚିତ୍ର ପ୍ରଭୁ

ସତେ ସର୍ଜନା ତୁମରି

ଦେଇ ଅଛ ସ୍ନେହ

ମମତା ପାଇଁ ତାଙ୍କରି।୫।


ତାଙ୍କରି ପାଇଁ କି

କରିନ କିଛିରେ ଉଣା

କେ ଅଛି ଭରିବ

ତୁମରି ଯେତେ ପାଉଣା।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍