STORYMIRROR

puja pradhan

Children Stories Children

3  

puja pradhan

Children Stories Children

ଶିଶୁ

ଶିଶୁ

1 min
301

ଶିଶୁର ବିକାଶ ଶିଶୁର କଲ୍ୟାଣ

  ଶିଶୁର ମଙ୍ଗଳ ପାଇଁ

 ପ୍ରତି ମୁହୂର୍ତ୍ତରେ ସଭିଏଁ ସଜାଗ

  ତାରି ଭବିଷ୍ୟତ ପାଇଁ


ତା କୁନି ହାତରେ ଦେଶ ଭବିଷ୍ୟତ

  ରହିଛି ଧରା ବନ୍ଧା

କିପରି ଗଢ଼ିବ ନୂଆ ପ୍ରଗତିର

  ନୂଆ ବିଚାରର ଗାଥା

ପିତା ମାତା ଠାରୁ ଗୁରୁ ଗୁରୁଜନ

 ସଭିଙ୍କ ପ୍ରେରଣା ପାଇ

ଧୀରେ ଧୀରେ ଶିଶୁ ବଢ଼ି ଚାଲି ଥାଏ

 ସଭିଙ୍କ ଆଦର ନେଇ

 ପ୍ରଥମ ପାହାଚ ଘର ଅଗଣାରେ

 ଘର ଚାଟଶାଳୀ ତାର

 ବ୍ରହ୍ମା ବିଷ୍ଣୁ ମହେଶ୍ୱର ଠାରୁ ଆରମ୍ଭ

  ହୁଏ ତା ପରିଚୟ ସିଲଟ ଖଡିକୁ ନେଇ

 ବିଦ୍ୟା ଗୁରୁ ସାଜେ ଜନନୀ ତାହାର

  ତାରି ଭବିଷ୍ୟତ ପାଇଁ

ପାଞ୍ଚ ବରଷରେ ବିଦ୍ୟାଳୟକୁ ସେ

  ବାହାରେ ପଢିବା ପାଇଁ

ଗଛ ପରି ସିଏ ବଢ଼ି ଚାଲିଥାଏ

 ଦିନକୁ ଦିନ ଯେମିତି

ତା ଭବିଷ୍ୟତ ପାଇଁ ସଜାଗ

  ରହିଥାନ୍ତି ସଭିଏଁ ସେମିତି 

 ସଭିଙ୍କ ଆଶିଷ ପାଇ ସୁଢ଼ଳେ

 ଶିଶୁଟି ବଢୁ ଥାଏ ଯେମିତି

ସଦା ସର୍ବଦା ହସୁ ଥାଉ ତା ଭବିଷ୍ୟତ

 ଚିର କାଳକୁ ସେମିତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍