STORYMIRROR

Anita Jena

Others

2  

Anita Jena

Others

ଶିଶୁ

ଶିଶୁ

1 min
89

ଆକାର ରେ ଛୋଟ ଆମେ

     ଦୁନିଆ କହେ ଆମକୁ ଶିଶୁ

କିଛି ନୁହେଁ ବାସ

         ସ୍ନେହ ପ୍ରେମ ଟିକେ ଲୋଡୁ।

ନା ଥାଏ ମନରେ ଆମ

       ରାଗ, ଅଭିମାନ, ହିଂସା

ନ ଜାଣୁ ଆମେ

      ଲାଭ କ୍ଷତି ର ଅଙ୍କ କଷା।

ସ୍ନେହ ପ୍ରେମ ଯୋଉଠି

     ନିଜକୁ ପାଉ ସେଇଠି

କେହି ଦେଲେ ଗାଳି

    ଲୁହ ର ସୁଅ ଯାଏ ବହି।

ମିଠା ଖାଇବାକୁ ଭାରି ଭଲ ପାଉ

   ଚକୋଲେଟ୍ ଭାରି ପ୍ରିୟ

ଘର ଭିତରେ ସବୁ ଠୁ ଗେହ୍ଲା ଆମେ

 ସଭିଏଁ ଦିଅନ୍ତି ଆମକୁ ଶ୍ରେୟ ।

ମାଆ ର ପଣତ ଆମ ପାଇଁ

    ଶାନ୍ତି ର ଚାନ୍ଦୁଆ

ମାଆ କୋଳ ଆମ ପାଇଁ

     ସୁନାର ଝୁଲଣା ।

ଖାଇବାକୁ କରୁ ଆମେ ଅଝଟ

   ବାହାନା କରି ଖୋଇ ଦିଏ ମା

କହି ଦିଏ ଗପ

     ଜହ୍ନ ମାମୁଁ ତାର ନା।

ସବୁ ଅଳି ଅର୍ଦ୍ଦଳି

    ସହି ନିଏ ଆମକୁ ସମ୍ଭାଳି

ଏ ଦୁନିଆ ବଗିଚାରେ ଫୁଲ ଭଳି

     ଆମେ ବାସିବୁ ଦିନେ ଫୁଟି । ।   



विषय का मूल्यांकन करें
लॉग इन