STORYMIRROR

କଳ୍ପନା ରାୟ

Children Stories

4  

କଳ୍ପନା ରାୟ

Children Stories

ଶିଶୁ

ଶିଶୁ

1 min
228


ହେ ଶିଶୁ, ତୋ କୁଆଁ କୁଆଁ କାନ୍ଦରେ

କୋମଳ ପାପୁଲିରେ

ନିର୍ମଳ ଲୋଭିଲା ଦୃଷ୍ଟିରେ

ମନ ହୃଦୟ ଏକାକାର ହୁଏରେ

ଧନୀ ଦରିଦ୍ରର ଭେଦଭାବ ନ ଥାଏରେ


ହେ ଶିଶୁ, ତୋ ଅଵର୍ତ୍ତମାନରେ

କିଏ ଖୁସି ରହିପାରେ କହିବୁରେ

କେତେ ଖୁସି ଖେଳିଯାଏ ତୋ ଆସିବାରେ

ତୁ ପରା ଏ ଦେଶର ଭବିଷ୍ୟତରେ

ଆଶ୍ଚର୍ଯ୍ୟ ଲାଗେ ତୁ ପୁଣି ପଡୁ ଡଷ୍ଟବିନରେ


ହେ ଶିଶୁ, ତୋ ପାଇଁ ଉତ୍କଣ୍ଠାରେ ଭରିଥିଲା କୁନ୍ତୀ ମନ

ତୋର ଆଗମନ ପାଇଁ ଯଜ୍ଞ କରିଥିଲେ ଜନକ

ତୁମ ମୁଖରୁ ରାମାୟଣ ଶୁଣିଥିଲେ ଅଯୋଧ୍ୟା ଲୋକ

ତୁ ପରା ଯୋଡ଼ି ଦେଉ ଭାଙ୍ଗି ଯାଉଥିବା ସମ୍ପର୍କ

ତୋ ଭିତରେ ଅଛି ଐଶ୍ୱରୀୟ ଭାବାବେଗ




Rate this content
Log in