STORYMIRROR

#all in one adii

Others

3  

#all in one adii

Others

ଶିଶୁ

ଶିଶୁ

1 min
235


କ୍ୱଅହଂ କ୍ୱଅହଂ ନାଦେ

ପରିଚୟ ଖୋଜେ ଶିଶୁଟିଏ

ମାଆ କୋଳେ ଦେହ ଥାପେ

ଟିକି ଓଠ ଧାରେ ହସ ତା'ର

ଟାଣିନିଏ ମନ କ୍ଷଣିକରେ

କୁସୁମ କଳିକାସମ ଦେହ ତା'ର

ପରିବାରେ ବୁଣେ ହସର ଜୁଆର

ମାଆ ଛାତି କ୍ରୀଡା ଭୂମି

ବା'ହାତ ଧରି ବାଟଚାଲେ

ଟିକି ଟିକି ପାଦ ଥାପି ତାର

କୁନି ଓଠେ ଯେବେ ମା' ବା' ଦା କହି

ଖୋଜେ ପରିଚିତ ମୁହଁ

ଦୁଃଖର ବାଦଲ ହଟିଯାଏ

ବର୍ଷିଯାଏ ଅମୃତ ଶ୍ରାବଣ ପରିବାରେ

ଜୀବନ ନାଟକର ପ୍ରଥମ ଅଙ୍କରେ

ସଫଳ ନାୟକ ଯିଏ

ସେ ପର୍ଯ୍ୟନ୍ତ' ଯେପର୍ଯ୍ୟନ୍ତ

ଶିଶୁଟିଏ ସିଏ

କୋଟି ସଂପଦଠୁ ବଳି ତାର ପଦାର୍ପଣ

ପୁତ୍ରଧନ ଅମୂଲ ସେ

ମାଆ କୋଳେ ସଦା ସେ ପ୍ରସନ୍ନ।


Rate this content
Log in