STORYMIRROR

#all in one adii

Others

3  

#all in one adii

Others

ଶିଶୁ

ଶିଶୁ

1 min
238


କ୍ୱଅହଂ କ୍ୱଅହଂ ନାଦେ

ପରିଚୟ ଖୋଜେ ଶିଶୁଟିଏ

ମାଆ କୋଳେ ଦେହ ଥାପେ

ଟିକି ଓଠ ଧାରେ ହସ ତା'ର

ଟାଣିନିଏ ମନ କ୍ଷଣିକରେ

କୁସୁମ କଳିକାସମ ଦେହ ତା'ର

ପରିବାରେ ବୁଣେ ହସର ଜୁଆର

ମାଆ ଛାତି କ୍ରୀଡା ଭୂମି

ବା'ହାତ ଧରି ବାଟଚାଲେ

ଟିକି ଟିକି ପାଦ ଥାପି ତାର

କୁନି ଓଠେ ଯେବେ ମା' ବା' ଦା କହି

ଖୋଜେ ପରିଚିତ ମୁହଁ

ଦୁଃଖର ବାଦଲ ହଟିଯାଏ

ବର୍ଷିଯାଏ ଅମୃତ ଶ୍ରାବଣ ପରିବାରେ

ଜୀବନ ନାଟକର ପ୍ରଥମ ଅଙ୍କରେ

ସଫଳ ନାୟକ ଯିଏ

ସେ ପର୍ଯ୍ୟନ୍ତ' ଯେପର୍ଯ୍ୟନ୍ତ

ଶିଶୁଟିଏ ସିଏ

କୋଟି ସଂପଦଠୁ ବଳି ତାର ପଦାର୍ପଣ

ପୁତ୍ରଧନ ଅମୂଲ ସେ

ମାଆ କୋଳେ ସଦା ସେ ପ୍ରସନ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ