ଶିଶୁ
ଶିଶୁ
1 min
261
ଜନମେ ଯେ
ସରଳ ନିଷ୍ପାପ
ନାହିଁ ଯାର ଶତ୍ରୁ ମିତ୍ର
ନାହିଁ ଭେଦ ଭାବ ।
କାନ୍ଦଇ ସେ
ରାହା ଧରି
ଭାଷା ତାର
ନଥାଏ ହିଁ କିଛି,
ଯେ ବୁଝିଲା
ତାର ଭାବ
ତା ଫାନ୍ଦରେ
ସିଏ ଗଲା ଫସି ।
ଏଡେ ଟିକେ କୁନି ଛୁଆ
ଦିନେ ସିଏ ମହାଦ୍ରୁମ ହେବ
ଦେଶ ହିତେ ଗୁଳି ଖାଇ
ମାଟି ମା ସେବା କରୁଥିବ ।
ଆମେ ଆଜି ମହାଦ୍ରୁମ
ଦିନେ ଛୋଟ ଥିଲୁ,
ଯାହା ମନେ ଭାବିଥିଲୁ
ନିଜକୁ ପଚାର ଏବେ
କେତେ ତା କରିଲୁ,
ଆଜି ସେହି ଦିନ
ଲାଭ କ୍ଷତି କଷି ଚାଲ
ସଫଳତା ବାଟ ବାହାରିବ
ଆମେ ଯାହା ଭୋଗିଥିଲୁ
ଆମ ଶିଶୁ ଆଉ ନ ଭୋଗିବ ।
