STORYMIRROR

Gadadhar Sahoo

Others

3  

Gadadhar Sahoo

Others

ଶିଶୁ

ଶିଶୁ

1 min
263


ଜନମେ ଯେ

ସରଳ ନିଷ୍ପାପ

ନାହିଁ ଯାର ଶତ୍ରୁ ମିତ୍ର

ନାହିଁ ଭେଦ ଭାବ ।


କାନ୍ଦଇ ସେ

ରାହା ଧରି

ଭାଷା ତାର

ନଥାଏ ହିଁ କିଛି,

ଯେ ବୁଝିଲା

ତାର ଭାବ

ତା ଫାନ୍ଦରେ

ସିଏ ଗଲା ଫସି ।


ଏଡେ ଟିକେ କୁନି ଛୁଆ

ଦିନେ ସିଏ ମହାଦ୍ରୁମ ହେବ

ଦେଶ ହିତେ ଗୁଳି ଖାଇ

ମାଟି ମା ସେବା କରୁଥିବ ।


ଆମେ ଆଜି ମହାଦ୍ରୁମ

ଦିନେ ଛୋଟ ଥିଲୁ,

ଯାହା ମନେ ଭାବିଥିଲୁ

ନିଜକୁ ପଚାର ଏବେ

କେତେ ତା କରିଲୁ,

ଆଜି ସେହି ଦିନ

ଲାଭ କ୍ଷତି କଷି ଚାଲ

ସଫଳତା ବାଟ ବାହାରିବ

ଆମେ ଯାହା ଭୋଗିଥିଲୁ

ଆମ ଶିଶୁ ଆଉ ନ ଭୋଗିବ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍