ଶିଶୁ ଟିଏ ଯେବେ
ଶିଶୁ ଟିଏ ଯେବେ
1 min
430
ମାଆ କୋଳ ଛାଡି ଶିଶୁ ଟିଏ ଯେବେ
ଶିକ୍ଷା ଅନୁଷ୍ଠାନ ଯାଏ
ଶିଶୁ ସାଥେ ମିଶି ପରିବେଶ ତାକୁ
ମହ ମହ ବାସୁ ଥାଏ ।।
ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଅନୁଷ୍ଠାନ
କଉତୁକ ଶିକ୍ଷା ଧାରା
ଧୀରେ ଧୀରେ ଶିଶୁ ଗ୍ରହଣ କରଇ
ପାଇ ହୁଏ ଆତ୍ମହରା ।।
ମାଆର ମମତା ପରିବାର ଭୁଲି
ଶିକ୍ଷାରେ ଦିଅଇ
ଭଲ ପାଠ ପଢି ଗାରିମା ବଢ଼ାଏ
ଖୁସି ହୁଏ ଅନୁଷ୍ଠାନ ।।
ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ କାମ ଛାଡି
ଶିକ୍ଷା ରେ ଦିଅନ୍ତି ଧ୍ୟାନ
ଶିକ୍ଷା ଆଉ ବିଦ୍ୟା ହୋଇବ ସହଜ
ଶିଶୁଏ ହୋଇବେ ଧନ୍ୟ ।।
ଶିକ୍ଷା ବିଦ୍ୟା ଦୁଇ ଏକାଠି ହୋଇଲେ
ରୂପ ନିଜ ବିଦ୍ୟାଳୟ
ଶିଶୁଙ୍କ ଜୀବନ ହୋଇବ ସାର୍ଥକ
ହେବ ଯଦି କର୍ମମୟ ।।
