STORYMIRROR

Niranjan Mishra

Others

3  

Niranjan Mishra

Others

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
140


ଶିଶୁ ଶ୍ରମିକର ଅନ୍ତର ବେଦନା

କେହି କି ବୁଝିଛି କେବେ ।

ଶିଶୁଟିଏ ସେ ତ କଅଣ ପାଇଁକି

ଶ୍ରମିକ ସାଜିଛି ଏବେ ।୧

ଅସୁମାରି ପ୍ରଶ୍ନ ମନରେ ତାହାର

ସଦା ଉଙ୍କି ମାରୁଥାଏ ।

ଆନ ଶିଶୁଙ୍କର ଖେଳ ଯେବେ ଦେଖେ

ମନ ତା ଦୋହଲି ଯାଏ ।୨।

ସଭିଏଁ ଖେଳନ୍ତି କଅଣ ପାଇଁକି

ଖେଳିବାକୁ ତାକୁ ମନା।

ଆନ ଶିଶୁ କାମ କରୁ ତ ନାହାନ୍ତି

ସେ ଏକା କରୁଛି ସିନା।୩।

ଶିଶୁମାନେ ସବୁ ଇସ୍କୁଲ ଯାଆନ୍ତି

ବାପାମାନେ ଛାଡିଯାନ୍ତି।

ପାଠ ପଢି ବଡ ମଣିଷ ହୋଇବେ

ସପନ ନେଖନ୍ତି ନିତି ।୪।

ଶିଶୁ ଶ୍ରମିକ ସେ ସପନ ଦେଖୁଛି

ବଞ୍ଚିବ କିପରି ନିତି।

ପେଟକୁ ମୁଠାଏ ଦାନା ନ ମିଳିବ

ମଜୁରୀ ନ କଲେ ନିତି ।୫।

ମରିଯାଏ ମନ ଦାନା ନ ମିଳିଲେ

ଏକଥା ନ ଜାଣେ କିଏ ?

କେତେ କେତେ ସବୁ ଅନେକ ଯୋଜନା

ତାଙ୍କରି ପାଇଁକି ହୁଏ। ୬।

କେଉଁ ଯୋଜନାର କିଛି ହିଁ ସୁଫଳ

କେବେ ସିଏ ପାଇନାହିଁ ।

ଶିଶୁ ଶ୍ରମିକ ସେ ମୂଲ ନ ଲାଗିଲେ

ଜୀବନ ରହିବ ନାହିଁ ।୭।

ସବୁ ଶିଶୁଙ୍କର ମନ ଭଳି ତାର

ମନଟିଏ ସିନା ଅଛି ।

ସବୁ ଶିଶୁଙ୍କର ମନଠୁ ଅଲଗା

ତା ମନ ଏବେ ହୋଇଛି ।୮।

ସରକାରୀ କଳ କେତେବେଳେ ଅବା

ଶୁଣିବେ ଗୀର ତାହାର।

ସେତିକି ବେଳକୁ ଚାହିଁ ସେ ରହିଛି

ଚିନ୍ତା ହେବ ତାର ଦୂର।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍