ଶିଶୁ ଶ୍ରମିକ
ଶିଶୁ ଶ୍ରମିକ
1 min
170
ଅଳପ ବୟସ ହସ ହସ ମୁଖ
ଶ୍ରମେ ବହିଯାଏ ଝାଳ
ପରିବାର ଭୋକ ମେଣ୍ଟାଇବା ପାଇଁ
ଭୂଲି ଯାନ୍ତି ଧୂଳି ଖେଳ ।
ଶ୍ରମରେ ଆତୁର ହୋଇ ତରବର
ନିଇତି ଭୋଗନ୍ତି କ୍ଳାନ୍ତି
ଅଳପ ଅଳପ ରୋଜଗାର କରି
ପାଆନ୍ତି ଅପାର ଶାନ୍ତି ।
ନଥାଏ ଛଳନା ସାଥିରେ ଖେଳନା
ଦାରିଦ୍ର୍ୟ ରୋଗରେ ପଡି
କିଞ୍ଚିତ ସୁଖକୁ ସାଉଁଟିବା ପାଇଁ
ଦିଅନ୍ତି ଘର୍ମ ନିଗାଡି ।
ତଥାପି ନିଷ୍ଠୁର କିଛି ଠିକାଦାର
ସାଧିବାକୁ ନିଜ ସ୍ବାର୍ଥ
ଛଡ଼ାଇ ନିଅନ୍ତି ତାଙ୍କ ଅଧିକାର
ଚଳୁ କରି ତାଙ୍କ ଅର୍ଥ ।
