STORYMIRROR

CHINMAYEE PRADHAN

Others Children

4  

CHINMAYEE PRADHAN

Others Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
348


ଏ କଣ କୃତ କର୍ମର ପରିଣାମ

ନା ଇଏ ଭାଗ୍ୟର ବିଡମ୍ବନା?


ଗରିବ ବୋଲି କଣ ପିଲା ଜନ୍ମ କରିବା ପାଇଁ ନାହିଁ ଅଧିକାର?


ପେଟରେ ଗଣ୍ଡିଏ ଦାନା ଦବାକୁ

ଅହରହ ଚାଲିଛି ସଂଘର୍ଷ।


ବାପା ବିଦେଶରେ ଦାଦନ ଖଟୁଛି

ମାଆ ମୂଲଲାଗେ ୟା ଘରେ ତା ଘରେ।


ଛିଣ୍ଡା କପଡ଼ାରେ ବିତିଯାଏ ଦିନ ଦିନ

ପେଟ ବି ରହିଛି ଖାଲି ଖାଲି କେତେଦିନ।


ପେଟ ପୋଡ଼ି ଯିବାରୁ ଖୋଜୁଛି କାମ 

ଜିଇଁବାର ରାହା ଖୋଜୁଥିବା ପିଲା। 


ପାଠପଢ଼ାରେ କେବେଠୁ ଡୋରି ବନ୍ଧା ସରିଛି 

କେବଳ ପେଟ ପାଇଁ ଦାନା ତାର ଲକ୍ଷ୍ୟ। 


ସବୁ ଫୁଲର ଭାଗ୍ୟରେ ନ ଥାଏ 

ଈଶ୍ବରଙ୍କ ମସ୍ତକରେ ଶୋଭା ପାଇବା। 


ସରକାରଙ୍କ ଲକ୍ଷ ଲକ୍ଷ ଯୋଜନା 

କାହା ପାଇଁ ସବୁ ସିଏ ହିଁ ଜାଣନ୍ତି। 


ସ୍ବପ୍ନ ଦେଖିବାଟା ମନା ତା ପାଇଁ 

ସେ ପରା ଗୋଟିଏ ଶିଶୁ ଶ୍ରମିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍