STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଶିଶୁ କବିତା

ଶିଶୁ କବିତା

1 min
354

ଶିଶୁ ହସିଲେ ସଭିଏଁ ହସିବେ, ପୁଣି ହସିବ ଏଇ ଦେଶ,

ଆଦର ଯତନ କରିଲେ ଟିକିଏ,ଶିଶୁର ହୁଏ ବିକାଶ ।।


ଫୁଲ ପରି କୋମଳ ମନଟି ତାର, ଅଟେ ଭାରି ସରଳିଆ,

ଆଘାତ ଟିକେ ପାଇଗଲେ ସେ, ହୋଇଯିବ ଝାଉଁଳି ଆ ।।


ଛୋଟିଆ ମନରେ କେତେ ଯେ ଆଶା,ଭରି ଅଛି ସରାଗରେ,

ଆଗାମୀ କାଲିର ନୀୟନ୍ତା ସେ,ଚାଲିବ ସତ୍ ମାରଗରେ।।


ଭଲ ପାଠ ପଢି ହେବ ସେ ଦିନେ,ସମାଜର ଭଲ ଲୋକ,

ଭଲ କାମ କରି ରଖିବ ସେ ଦିନେ ଦେଶ ମାତୃକାର ଟେକ।।


ଛୋଟ କଢ଼ ଟିଏ ଫୁଟିବା ପାଇଁ ,ଦରକାର ପାଣି ପବନ,

ଶିଶୁର ବିକାଶ କରିବା ପାଇଁ, ଆସନ୍ତୁ କରିବା ପଣ।।


ଆଜିର ଶିଶୁ କାଲିର ଭବିଷ୍ୟ,ଏ କଥା ରଖିବା ମନେ,

ସଭିଙ୍କ ପ୍ରୟାସେ ଏଇ ପୃଥିବୀରେ ମହାନ୍ ହୋଇବ ଦିନେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍