ଶିଶୁ ଏକ ଫୁଲ କଢ଼ି🏵
ଶିଶୁ ଏକ ଫୁଲ କଢ଼ି🏵
1 min
170
ମାତୃଗରଭରୁ ହୁଅଇ ଜନମ
ନିଷ୍ପାପ ଶିଶୁଟି ହୋଇ
ଲାଳନ ପାଳନ ସେବା ଯତନରେ
ଛୋଟରୁ ବଡ଼ ହୁଅଇ ।୦।
ସୁଗୁଣ ସୁବାସ ଫୁଟି ମହକିବ
ଶିଶୁ ଏକ ଫୁଲ କଢ଼ି
ବୟସ କ୍ରମରେ ସବୁ କରିଯିବ
ଚନ୍ଦ୍ରକଳା ପ୍ରାୟ ବଢ଼ି
ସେନେହ ଶ୍ରଦ୍ଧାରେ ଜୀବନ ବିତାଏ
ପ୍ରିୟଜନ ପାଖେ ରହି ।୧।
ଶିଶୁର ବୟସ ସଦା ହସ ହସ
ରହେ ସର୍ବଦା ସରସ
ନୂଆ ନୂଆ ଅଭିନୟ କରିବାରେ
ଥାଏ ମନରେ ହରସ
ସରଳ ତରଳ କୋମଳ ମନରେ
ସପନ ସୁଏ ଭାସଇ ।୨।
ଆଜିର ଶିଶୁଟି ଆଗାମୀ ଦିନର
ଏ ଦେଶର ନାଗରିକ
ଦେଶର ସୁନାମ ଆଣଇ ଜୀବନେ
ହୁଏ ଯେବେ ପରିପକ୍ୱ
ଦେଶ ଓ ଜାତିର ସୁରକ୍ଷା କରିବ
ମହାମାନବଟି ହୋଇ।୩।
