STORYMIRROR

Dr Rashmita Panigrahi

Others

2  

Dr Rashmita Panigrahi

Others

ଶିଳାନ୍ୟାସ

ଶିଳାନ୍ୟାସ

1 min
3.2K

ଶିଳାନ୍ୟାସ

ମୁଖାଟା ଉତ୍ତlରି ଫିଙ୍ଗିବା 

ଏତେ ସହଜ ନ ଥିଲା 

ବୋଲି ଯୁଗେ ଯୁଗେ 

କେତେ କୋଠାରlଘାତ 

ସହିଛି ଏ ମାନବ ଜାତି, 

ଇର୍ଷା, ହିଂସା, ପରଶ୍ରୀକାତରତାର 

ଚାଦର ତଳେ ଲୁଚି ରହିଥିବା 

ରାକ୍ଷସର କରାଳ ପଞ୍ଝାରେ 

କବଳିତ ହେଇ 

ଚିତ୍କାର ଛାଡିଛି ଦିନରାତି l 

 ଆଜି ପୁଣି ସମଗ୍ର 

ପୃଥିବୀର ଚେହେରା 

ମୁଖା ତଳେ ଅlଚ୍ଛାଦିତ, 

କାହାକୁ କହିଲେ 

କିଏ ବା ଚିହ୍ନିବ

ୟେ କେଉଁ ନର ସଂହାରର 

ତାଜା ରକ୍ତର ଗନ୍ଧ, 

ଅବା ଗଦା ଗଦା ଶବ ର 

ପୋତିଗନ୍ଧ ମୟ 

ସହର ଭିତରେ 

ବିକଟାଳ ରାକ୍ଷସର 

ସ୍ବପ୍ନ ମହଲ ର 

ଶିଳାନ୍ୟାସ l



Rate this content
Log in