STORYMIRROR

Rajalaxmi Tripathy

Others

2  

Rajalaxmi Tripathy

Others

ଶିଳାଲେଖ

ଶିଳାଲେଖ

1 min
13.4K


ତୋ ଚାରିପଟ ନିରବତା

ଘୋଡାଇଦେଇଛି ସବୁ

ଶବ୍ଦ ମାନଙ୍କର ଦେହକୁ।

ତୁ ନିର୍ଜୀବ, ନିଶ୍ଚିହ୍ନ

ହୋଇ ଯିବା ପୂର୍ବରୁ

କହିଚାଲିଛୁ ତୋ ଅନ୍ତର ଗହ୍ବରରେ

ଲୁଚିଥିବା କେତେ କଥା।

କିଏ ସେହି ସୁନିପୁଣ ଚିତ୍ରକର!

ହେଉ ବା ନରେଶ ଅବା ପ୍ରଜାଟିଏ

ପୁଲକର କୁଂଜ ବନେ

ଆଙ୍କିଥିଲା ସିଦ୍ଧ ଚିତ୍ର ଟିଏ

କରିଥିଲା ଅନ୍ତଃ-ବିଶ୍ଲେଷଣ

ଅନାବୃତ ଅଗଣିତ ତାରାପୁଞ ଙ୍କର।

ସିଏ କଣ ଜାଣିଥିଲା,

ଉଦ୍ ଭାସିତ ହେବେ

ସେହି ତାରାମାନେ କେବେ

କାହା ଚିନ୍ତାର ଇସାରାରେ

ଖିଆଲରେ ବାନ୍ଧି ଦେବେ

ହୃଦୟ-ଆବେଗ,

ମୁକ୍ତ କରିନେବେ ନିଜକୁ

ଦ୍ୟୁତକ୍ରୀଡ଼କ ସମୟ ପାଖରୁ,

ସେମାନଙ୍କ ମୁଦ୍ରିତ ନୟନର

ଘୁମନ୍ତ ଠାଣି ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍