STORYMIRROR

Sanjukta Padhi

Others

3  

Sanjukta Padhi

Others

ଶିକ୍ଷକ

ଶିକ୍ଷକ

1 min
215

 

ଶିକ୍ଷାର ସାର

ତୁମେ ଅପରମ୍ପାର

ତୁମ ବିନା ତ୍ରାହି ନାହିଁ

ଶିକ୍ଷା ଜଗତର।

ତୁମ୍ଭେ ପିତାମାତା

ପୁଣି ପରଂବ୍ରହ୍ମ

ସଂଜିତ ମାର୍ଜିତ

ଶୃଙ୍ଖଳିତ ଶାନ୍ତ

ତୁମରି ଦାନରେ

ପୂର୍ଣ୍ଣ ଏ ଜଗତ ।

ଜ୍ଞାନର ଗଭୀରତା

ତବ ଭାବପ୍ରବଣତା

ପ୍ରତିଭାର ମୌଳିକତା

ଉତ୍କର୍ଷ ଆଦର୍ଶ ଶୈଳୀ

ପ୍ରକାଶର ମାଧ୍ୟମ,

ନିଃସ୍ୱାର୍ଥପର ତ୍ୟାଗ

କରାୟତେ ତବ

ଛାତ୍ରର ପ୍ରମାଣ

ପଥ ପ୍ରଦର୍ଶକ ହୋଇ

ସଦା ରୁହ ଅମ୍ଳାନ ।



Rate this content
Log in