ଶିକ୍ଷାର ମାନଦଣ୍ଡ
ଶିକ୍ଷାର ମାନଦଣ୍ଡ
1 min
438
ଜ୍ଞାନ ଆଉ ଧନ ନୁହଁଇ ସମାନ
କାଳକାଳକୁ ତ ଜଣା
ସ୍ବଦେଶରେ ଧନ ପୂଜାପାଏ ହେଲେ
ବିଦେଶେ ଜ୍ଞାନ ଗାରିମା ।।୧।।
ରାଷ୍ଟ୍ରପତି ରାଧା କ୍ରିଷ୍ଣନ୍ ଜାଣିଲେ
ଦେଶର ଉନ୍ନତି ଶିକ୍ଷା
ଶିକ୍ଷକ ଅଟଇ ଦେଶ ମେରୁଦଣ୍ଡ
ଚାଟକୁ ଦେଇଣ ଦୀକ୍ଷା ।।୨।।
ଉତ୍ତମ ସଂସ୍କାର ଦୂର ବ୍ୟଭିଚାର
ନାଗରିକ ସୁଗଢ଼ନ୍ତି
ସ୍ବଦେଶରେ ଶାନ୍ତି ମଇତ୍ରୀର ବାର୍ତ୍ତା
ପ୍ରଚାର ସଦl କରନ୍ତି ।।୩।।
ନିଜ ଜନ୍ମଦିନ ଶିକ୍ଷକ ସମ୍ମାନ
ଜାଣିଲେ ଜଗତବାସୀ
ଚିର ଦିନକୁ ସେ ଯଶ ରଖିଗଲେ
ପ୍ରଥମ ଭାରତବାସୀ ।।୪।।
ଶିକ୍ଷାର ଉନ୍ନତି ଦେଶର ଉନ୍ନତି
ସଭିଏଁ ଜାଣି ମଉନ
ଶିକ୍ଷକ ସମ୍ମାନ ପାଇବା ପାଇଁକି
ରାଜରାସ୍ତେ ଆନ୍ଦୋଳନ ।।୫।।
ଶିକ୍ଷାର ମାନ୍ୟତା କମିକମି ଯାଏ
ସରକାର ମନମୁଖୀ
ଘରୋଇ ଶିକ୍ଷାରେ ଉଡାଇ କେତନ
ଗୌରବ ସମୟ ଦେଖି ।।୬।।
