STORYMIRROR

Niranjan Sahu

Others

3  

Niranjan Sahu

Others

ଶିଖ

ଶିଖ

1 min
13K


ଉଚ୍ଚ ଆଶା ସିନା ରଖିବ ଜୀବନେ

ବଡ଼ଲୋକ ବୋଲି ଭାବିବନି

ବଡ଼ଲୋକ ଭାବି ମନେ ଗର୍ବକରି

କଟୁକଥା କାରେ କହିବନି,,,,

ଗରିବ ଆଗରେ ସମ୍ପତି ବଡୀମା

ଭୁଲରେ ବି ବାଢ଼ିବନି

ଦୁର୍ବଳ ଆଗରେ ନିଜ ବାହୁବଳ

ପ୍ରୟୋଗ ଜମାରୁ କରିବନି,,,

ଗୁରୁଜନ ଆଗେ ନିଜ ପଦ ବଳ

କହିବାକୁ ଚେଷ୍ଟା କରିବନି

ବାପା ମାଆ ଆଗେ ବଡ଼ପାଟିକରି

ଜମାରୁ କଥା କହିବନି,,,

ଦୁଃଖୀ ଲୋକ ଆଗେ ନିଜ ସୁଖକଥା

ବିଚାର ବିମର୍ଶ କରିବନି

ରୋଗୀ ଲୋକ ପାଖେ ଅସହାୟ କଥା

କହିବାକୁ ଚେଷ୍ଟା କରିବନି,,,

ମୂର୍ଖ ପାଖରେ ଜୀବନରେ କେବେ

ଯୁକ୍ତିତର୍କ ଜମା କରିବନି

ମଦୁଆକୁ କେବେ ଉପଦେଶ ଦେଇ

ଅଯଥା କିଳା କୁ ଡାକିବନି,,,

ଚୋର ଠାରୁ କେବେ ଚୋରିଜିନିଷକୁ

କିଣିବାକୁ ଚେଷ୍ଟା କରିବନି

ଜୁଆଖେଳ ପାଖେ ଯାଇକରି କେବେ

ଜୁଆ ଖେଳ ଜମା ଦେଖିବନି,

ଆଗତ ବିଗତ ଚିନ୍ତା କରି ଭାଇ

ଏଇଦୁନିଆଁରେ ଚଳିବ

ତେବେ ଯାଇ ଭାଇ ଏଇଦୁନିଆଁରେ

ତିଷ୍ଟିକରି ଚଳିପାରିବ,,

ନହେଲେ ନାମ ନେବ,,

ଅଖା ଧୋଉଥିବ ଗୁଣ ଗାଉଥିବ,

।। ନିରଞ୍ଜନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍